ସିବିଏସଇ ପାର୍ଟନରେ ପରିବର୍ତନ, ଏଥର ଦୁଇ ସପ୍ତାହ ପୂର୍ବରୁ ହେବ ପରୀକ୍ଷା
Khabar Odisha:education-national-odisha-cbse-board-exam-paper-to-be-easier-this-time
ନୂଆଦିଲ୍ଲୀ, ଫେବୃଆରୀ ୧୩ (ଖବର ଓଡିଶା) :

ସିବିଏସଇ ଏଥର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପୂର୍ବ ପରୀକ୍ଷା ସମୟ ସୀମା ଅପେକ୍ଷା ଦୁଇ ସପ୍ତାହ ଆଗୁଆ କରୁଛି । ଏହା ଛାତ୍ରଙ୍କ ପାଇଁ ଚିନ୍ତାର ବିଷୟ । ତେବେ ଏହି ଚିନ୍ତାକୁ ମୁକ୍ତି କରିବା ପାଇଁ ସିବିଏସଇ ପରିକ୍ଷା ପ୍ରଣାଳୀରେ କିଛି ପରିବର୍ତନ କରିଛି । ଏଥର ପ୍ରଶ୍ନପତ୍ର ସରଳ କରି ଦିଆଯାଇଛି । ତେବେ ଏଥର ଫେବୃଆରୀ ୧୫ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେବ ସୂଚନା ମିଳିଛି । 

ଏଥର ଅବଜେକଟିଭ ପ୍ରଶ୍ନ ସଂଖ୍ୟା ପୂର୍ବ ତୁଳନାରେ ବଢି ଯାଇଛି । ପ୍ରଶ୍ନ ଗୁଡିକର ବିକଳ୍ପ ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି । ଜଣେ ଅଧିକାରୀ କହିଛନ୍ତି କି, ପ୍ରତି ଥର ୧୦ ପ୍ରତିଶତ ଅବଜେକଟିଭ ପ୍ରଶ୍ନ ଆସୁଥିଲା । କିନ୍ତୁ ଏଥର ୨୫ପ୍ରତିଶତ ଅବଜେକଟିଭ ପ୍ରଶ୍ନ ଆସିବ । ଏହା ଦ୍ୱାରା ଛାତ୍ରମାନଙ୍କର ଆତ୍ମବିଶ୍ୱାସ ବଢିଯିବ ଏବଂ ସେମାନେ ଭଲ ନମ୍ବର ରଖି ପାରିବେ । ଯଦି କୌଣସୀ ଛାତ୍ର କୌଣସୀ ପ୍ରଶ୍ନ ପାଇଁ କନଫିଡେଂଟ ନାହିଁ ତେବେ ତାହା ନିକଟରେ ୩୩ପ୍ରତିଶତ ବିକଳ୍ପ ରହିବ । ଏଥର ପ୍ରତି ପ୍ରଶ୍ନ ପତ୍ର ବହୁ ସବ ସେକ୍ସନରେ ବାଂଟି ହେବ । ଉଦାହରଣ ସ୍ୱରୂପ ସମସ୍ତ ଅବଜେକଟିଭ୍ ପ୍ରଶ୍ନ ଗୋଟିଏ ସେକ୍ସନରେ ରହିବ । ଏହା ପରେ ଅଧିକ ଅଙ୍କ ଥିବା ପ୍ରଶ୍ନ ଗୋଟିଏ ସେକ୍ସନରେ ରହିବ । ଏତଦ୍ ବ୍ୟତୀତ ବୋର୍ଡ ପ୍ରଶ୍ନ ପତ୍ର ଲିକ ହେବାକୁ ନେଇ ମଧ୍ୟ ବହୁ ପଦକ୍ଷେପ ନିଆଯାଇଛି । 

ଏଥର ସିବିଏସଇ ଦ୍ୱାରା ପରିବର୍ତନ ହୋଇଥିବା କେତେକ ନିୟମ ବିଷୟରେ ଜାଣନ୍ତୁ- 

୧-ଏଥର ୧୦ଟା ପରେ କୌଣସୀ ଛାତ୍ରକୁ ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ କରିବାକୁ ଦେବ ନାହିଁ । ଏଥିପାଇଁ ଅଧଘଂଟା ପୂର୍ବରୁ ପରୀକ୍ଷା କେନ୍ଦ୍ର ଭିତରେ ପ୍ରବେଶ କରିବାକୁ ପଡିବ । 

୨-ସମସ୍ତ ଛାତ୍ରଙ୍କୁ ସ୍କୁଲ ୟୁନିଫର୍ମରେ ପ୍ରବେଶ କରିବାକୁ ପଡିବ । ସକାଳ ୧୦ଟାରେ ପରୀକ୍ଷା ଆରମ୍ଭ ହେବ । 

୩-ଆଡମିଟ କାର୍ଡରେ ଛାତ୍ର, ପ୍ରିନସପାଲଙ୍କ ସହିତ ଅଭିଭାବକଙ୍କର ମଧ୍ୟ ହସ୍ତାକ୍ଷର ରହିବ । ଏଭଳି ନହେଲେ ଛାତ୍ର ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବ ନାହିଁ । 

୪-ପରୀକ୍ଷା କେନ୍ଦ୍ର ଭିତରକୁ ଛାତ୍ର କେବଳ କଲମ, ପ୍ରବେଶ ପତ୍ର, ପାରଦର୍ଶୀ ବ୍ୟାଗ ନେଇ ଯାଇ ପାରିବ । ତେବେ ଡାଇବେଟିସ ରୋଗୀଙ୍କୁ ଖାଦ୍ୟ ନେଇ ଯିବା ପାଇଁ ଅନୁମତି ରହିଛି । 

୫-କୌଣସୀ ମୋବାଇଲ ଫୋନ, ଲିଖିତ ସାମଗ୍ରୀ, ପର୍ସ ଏବଂ ସ୍ମାର୍ଟ ଘଂଟା ପିନ୍ଧି ଯିବାକୁ ଅନୁମତି ଦିଆଯିବ ନାହିଁ । 

୬- ପରୀକ୍ଷା କେନ୍ଦ୍ର ଭିତରେ ସମୟ ଟ୍ରାକିଙ୍ଗ କରାଯିବ । ପରୀକ୍ଷା ଭିତରେ ଗୋପନୀୟ ଦସ୍ତାବିଜ ସମ୍ଭାଳି ରଖାଯିବ । 

Subscribe

National International State Sports Entertainment