ସୁପ୍ରିମକୋର୍ଟରେ ଚାକିରୀ କରିବା ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ, ଦରମା ସହ ସୁବିଧା ଲାଜବାବ
Khabar Odisha:career-odisha-sarkari-jobs-sci-recruitment-2019-many-opportunities-know-how-to-apply-sarkari-naukri
ଭୁବନେଶ୍ୱର, ଜାନୁଆରୀ ୨୩ (ଖବର ଓଡିଶା) :

 ସୁପ୍ରିମକୋର୍ଟରେ ଚାକିରୀ କରିବା ପାଇଁ ଏବେ ଅବସର ମିଳିଛି । ତେବେ ଏଥିପାଇଁ ଏବେ ଆବେଦନ ଆରମ୍ଭ ହୋଇ ନାହିଁ । ଫେବୃୟାରୀ ୧ରୁ ଏଥିପାଇଁ ଆବେଦନ କରିବା ଆରମ୍ଭ ହୋଇଯିବ । ପାର୍ଥୀଙ୍କ ପାଇଁ ନ୍ୟୁନତମ ବୟସସୀମା ୧୭ ବର୍ଷ ଏବଂ ସର୍ବାଧିକ ୨୭ ବର୍ଷ ରହିଛି । ଆବେଦନ କରିବା ପାଇଁ ଇଚ୍ଛୁକ ପାର୍ଥୀ ଫେବୃୟାରୀ ୨୮ ପୂର୍ବରୁ ଆବେଦନ କରି ପାରିବେ । 

ଶୈକ୍ଷିକ ଯୋଗ୍ୟତା- କୌଣସୀ ସ୍କୁଲ, କଲେଜ ଏବଂ ବିଶ୍ୱ ବିଦ୍ୟାଳୟରୁ ବ୍ୟାଚଲର ଡିଗ୍ରୀ ଇନ ଲଅ ପାସ କରିଥିବା ଆବଶ୍ୟକ । ଏହା ସହ ଏକ ଆଡଭୋକେଟ ରୂପରେ ନାମାଙ୍କନ ପାଇଁ ବାର କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ମାନ୍ୟତା ପ୍ରାପ୍ତ ହୋଇଥିବା ଆବଶ୍ୟକ । 

ଆବେଦନ ଶୁକ୍ଳ- ଆବେଦନ କରିବାକୁ ୨୦୦ ଟଙ୍କା ଅନଲାଇନ ମାଧ୍ୟମରେ ଦେବାକୁ ପଡିବ । ତେବେ ଅନ ଲାଇନ ଆବେଦନ ଜମା କରିବା ତିଥି ୨୦୧୯ ଫେବୃୟାରୀ ୦୧ରେ ଆରମ୍ଭ ହୋଇ ଫେବୃୟାରୀ ୨୮ରେ ସମାପ୍ତ ହେଉଛି । ଇଚ୍ଛୁକ ପାର୍ଥୀ ଏହି ୱେବସାଇଟରେ https://www.sci.gov.in ଆବେଦନ କରି ପାରିବେ । 

ଲିଖିତ ଏବଂ ସାକ୍ଷାତକାର ମାଧ୍ୟମରେ ଚୟନ ପ୍ରକ୍ରିୟା କରାଯିବ । ଚାକିରୀ ସହ ସମ୍ବନ୍ଧିତ ଅଧିକ ବିବରଣୀ ନିମନ୍ତେ www.sci.gov.in ଦେଖନ୍ତୁ । ଆବେଦନ ପାଇଁ ଏହି ଲିଙ୍କ www.sci.gov.in ଦେଖନ୍ତୁ । 

Subscribe

National International State Sports Entertainment