ଜେଏନୟୁରେ ନିଯୁକ୍ତି, ଦରମା ୧୯ ହଜାରରୁ ଅଧିକ, ଶୀଘ୍ର କରନ୍ତୁ ଆବେଦନ
Khabar Odisha:career-odisha-sarkari-jobs-jnu-recruitment-posts-73-know-how-to-apply-sarkari-naukri
ଭୁବନେଶ୍ୱର, ଜାନୁଆରୀ ୧୯ (ଖବର ଓଡିଶା) :

ଜେଏନୟୁରେ ବିଭିନ୍ନ ପଦବୀ ପାଇଁ ନିଯୁକ୍ତି ବାହାରିଛି । ସମୁଦାୟ ୭୩ଟି ପଦବୀ ଖାଲି ରହିଛି । ଏଥିରେ ଆବେଦନ କରିବାର ଅନ୍ତିମ ତିଥି ଫେବୃୟାରୀ ୪  ଏବଂ ବୟସ ସୀମା ୩୫ ବର୍ଷ ରଖାଯାଇଛି । 

ସୂଚନାଯୋଗ୍ୟ, ଜୁନିଅର ସହାୟକ ସହ ଟାଇପିଷ୍ଟ (୪୪) ଦରମା ୧୯୯୦୦-୬୩୨୦୦, ମଲ୍ଟିଟାସ୍କ ଷ୍ଟାଫ(୨୦) ଦରମା ୧୮୦୦୦-୫୬୯୦୦, ଷ୍ଟେନୋଗ୍ରାଫର(୦୭) ଦରମା ୨୫୫୦୦-୮୧୧୦୦, ବ୍ୟକ୍ତିଗତ ସହାୟକ(୦୨) ଦରମା ୩୫୪୦୦-୧୧୨୪୦୦ ପଦବୀ ଖାଲି ରହିଛି । 

ଶିକ୍ଷାଗତ ଯୋଗ୍ୟତା

ସମସ୍ତ ପଦବୀ ପାଇଁ ୧୦+୨ ଆବଶ୍ୟକ । ଆଶାୟୀ ଇଂରାଜୀରେ ମିନିଟ୍ ପ୍ରତି ୩୦ ଶବ୍ଦ ଏବଂ ହିନ୍ଦୀରେ ମିନିଟ ପ୍ରତି ୨୫ ଶବ୍ଦ ଟାଇପ କରୁଥିବା ଆବଶ୍ୟକ । 

ଆବେଦନ ଶୁକ୍ଳ

ଅନଲାଇନ ମାଧ୍ୟମରେ ୫୦୦ ଟଙ୍କାର ଚାଲଣ କଟାଯିବ କିନ୍ତୁ ଏସସି, ଏସଟି ଏବଂ ପିଡବ୍ଲ୍ୟୁଡିଙ୍କ ପାଇଁ ନିଶୁକ୍ଳ ରହିଛି । ଆବେଦନ କରିବା ପାଇଁ ସମୟ ସୀମା ଜାନୁଆରୀ ୦୫ରୁ ଫେବୃୟାରୀ ୬ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରାଯାଇଛି । 

ଇଚ୍ଛୁକ ପାର୍ଥୀ ଅଧିକାରୀକ ୱେବସାଇଟ http://uppbpb.gov.in/ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ ।  ଲିଖିତ ପରୀକ୍ଷା ମାଧ୍ୟମରେ ଚୟନ ପ୍ରକ୍ରିୟା ରହିଛି । 

Subscribe

National International State Sports Entertainment