+୩ ପାସଙ୍କ ପାଇଁ ଓଏସଏସଏସସିର ଗ୍ରାଣ୍ଡ ଭର୍ତି, ଜୁନିଅର କ୍ଲର୍କ ପାଇଁ କରନ୍ତୁ ଅବେଦନ
Khabar Odisha:career-odisha-osssc-recruitment
ଭୁବନେଶ୍ୱର, ଜାନୁଆରୀ ୧୭ (ଖବର ଓଡିଶା):

 ଓଡିଶା ସବଡିନେଟ ଷ୍ଟାଫ୍ ସିଲେକ୍ସନ କମିଶନ ଶିକ୍ଷାର୍ଥୀଙ୍କ ପାଇଁ ବଡ ଭର୍ତି ବାହାର କରିଛନ୍ତି । +୩ ପାସ୍ କରିଥିବା ଶୀକ୍ଷାର୍ଥୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ । ଏହି ଭର୍ତିରେ ଜୁନିଅର କ୍ଲର୍କ, ଏବଂ ଆସିଷ୍ଟାଂଟ ଜୁନିଅର କ୍ଲର୍କ ପାଇଁ ପଦବୀ ରହିଛି । ଏଥିପାଇଁ ସମୁଦାୟ ପଦବୀ ସଂଖ୍ୟା ୧୭୪୬ ରହିଛି । 

୨୦୧୮ ଡିସେମ୍ବର ୩୧ରେ ଏହି ନୋଟିସ ଜାରୀ କରାଯାଇଥିଲା । ଏଥିରେ ଆବେଦନ କରିବା ପାଇଁ ଶେଷ ତାରିଖ୨୦୧୯ ଜାନୁଆରୀ ୨୯ ରହିଛି ।  ତେବେ ଏସି ଏସଟିମାନେ ନିଶୁକ୍ଳ ଥିବା ବେଳେ ଅନ୍ୟମାନଙ୍କ ପାଇଁ ୧୦୦ ଟଙ୍କା ଚାଲଣ ରହିଛି । ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ପେମେଂଟ କରି ପାରିବେ । ଜାନୁଆରୀ ୨୯ ମଧ୍ୟରେ ପେମେଂଟ କରିବାକୁ ପଡିବ । 

ବୟସ ସୀମା- 

୧୮ ବର୍ଷରୁ ଉଦ୍ଧ୍ୱର୍ ଏବଂ ୩୨ରୁ କମ୍ ବୟସର ବିଦ୍ୟାର୍ଥୀମାନେ ଆବେଦନ କରି ପାରିବେ । ତେବେ ଏସି, ଏସଟ, ଓବିସି ଓ ମହିଳାମାନଙ୍କ ପାଇଁ  ୫ ବର୍ଷ କମ୍ କରାଯାଇ ପାରିବ । 

ଶିକ୍ଷାଗତ ଯୋଗ୍ୟତା- 

ଏଥିପାଇଁ +୩ ପାସ୍ ସହ କମ୍ପ୍ୟୁଟର ଜ୍ଞାନ କୌଶଳ ଥିବା ଆବଶ୍ୟକ । 

https://osssc.gov.in/Public/Post_detail_information.aspx

Subscribe

National International State Sports Entertainment