ଭୁବନେଶ୍ୱର , ଫେବୃଆରୀ ୦୩(ଖବର ଓଡ଼ିଶା):
ଏୟାରଫୋର୍ସ ଅଥୋରିଟି ଅଫ ଇଣ୍ଡିଆରେ ବହୁ ପଦବୀ ପାଇଁ ନିଯୁକ୍ତି ବାହାରିଛି । ସମୁଦାୟ ୨୬୪ ଅପେରେଟର ପଦବୀ ଖାଲି ରହିଛି । ଏଥିପାଇଁ ଆବେଦନକାରୀଙ୍କ ପାଇଁ ଶେଷ ତାରିଖ ଫେବୃଆରୀ ୧୮ ରଖାଯାଇଛି । ଏହି ପଦସ୍ଥ କର୍ମଚାରୀଙ୍କ ପାଇଁ କାର୍ଯ୍ୟାଳୟ ମୁମ୍ବାଇ ରହିବ । ତେବେ ବିଳମ୍ବ ନକରି ଆପଣ ମଧ୍ୟ କରନ୍ତୁ ଆବେଦନ ।
ସୂଚନାଯୋଗ୍ୟ, ଏହି ପଦବୀ ପାଇଁ ଆବେଦନକାରୀଙ୍କୁ କୌଣସି ଦେୟ ପୈଠ କରିବାକୁ ପଡ଼ିବ ନାହିଁ । ଏହି ପଦବୀ ପାଇଁ ଆବେଦନ ଜାନୁଆରୀ ୨୨ରୁ ଆରମ୍ଭ ହେଉଛି। ଆବେଦନର ଶେଷ ତାରିଖ ଦିନ ସନ୍ଧ୍ୟା ଛଅଟା ଯାଏଁ ଆଶାୟୀ ଆବେଦନ କରି ପାରିବେ। ଆବେଦନକାରୀଙ୍କୁ ଅନ୍ୟୁନ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ କରିଥିବା ଆବଶ୍ୟକ । ଆବେଦନ କରିବା ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ହ ଥିବା ବେଳେ ସର୍ବାଧିକ ୨୪ ବର୍ଷ ରହିଛି ।
ଆବେଦନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ- ୨୦୧୯ ଜାନୁଆରୀ ୨୨
ଆବେଦନ କରିବା ପାଇଁ ଅନ୍ତିମ ତାରିଖ- ୨୦୧୯ ଫେବୃଆରୀ ୧୮ ସନ୍ଧ୍ୟା ୬ଟା ଯାଏ
ଏହି ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତାର % କୁ ନେଇ ପ୍ରାର୍ଥୀ ଚୟନ କରାଯିବ ।
ଚାକିରୀ ସହ ସମ୍ବନ୍ଧିତ ଅଧିକ ସୂଚନା ନିମନ୍ତେ ଏହି ଲିଙ୍କ ଦେଖନ୍ତୁ
https://www.aai.aero/