ନୂଆଦିଲ୍ଲୀ: ଅନଲାଇନ୍ ଫୁଡ୍ ଡେଲିଭରି କମ୍ପାନୀ ଜୋମାଟୋର ମୁଖ୍ୟ ଅଧିକାରୀ ଏବଂ ସହ ପ୍ରତିଷ୍ଠାତା (କୋ-ଫାଉଣ୍ଡର) ଆକୃତି ଚୋପ୍ରା ଶୁକ୍ରବାର ଇସ୍ତଫା ଦେଇଛନ୍ତି । ନିଜର ବ୍ୟକ୍ତିଗତ କାରଣ ପାଇଁ ସେ ଜୋମାଟୋ କମ୍ପାନୀ ଛାଡ଼ିଥିବା ଜଣାପଡ଼ିଛି । ଦୀର୍ଘ ୧୩ ବର୍ଷ ପରେ ସେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି । ଏ ନେଇ କମ୍ପାନୀର ସିଇଓ ଦୀପିନ୍ଦର ଗୋୟଲ ସୂଚନା ଦେଇଛନ୍ତି ।
ଆକୃତି ଚୋପ୍ରା ଜୋମାଟୋ କମ୍ପାନୀର ବହୁତ ପୁରୁଣା କର୍ମଚାରୀଙ୍କ ମଧ୍ୟରେ ଜଣେ । ୨୦୧୧ରେ ଜଣେ ସିନିୟର ମ୍ୟାନେଜର ଭାବରେ ଜୋମାଟୋରେ ଯୋଗ ଦେଇଥିଲେ । ଏହା ପରେ ୨୦୧୯ରେ ସେ କମ୍ପାନୀର କୋ-ଫାଉଣ୍ଡର ହୋଇଥିଲେ । ସେ କମ୍ପାନୀର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । ତେବେ ଗତକାଲି ସେ ଇସ୍ତଫା ଦେଇଛନ୍ତି । ସିଇଓ ଦୀପିନ୍ଦର ଗୋୟଲଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଦୀପିନ୍ଦର ଗୋୟଲ ଇସ୍ତଫା ପତ୍ର କିଛିଟା ଅଂଶକୁ ଷ୍ଟକ ଏକ୍ସଚେଞ୍ଜରେ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି ।
ଆକୃତିଙ୍କ ଇସ୍ତଫା ପରେ କମ୍ପାନୀରେ ନିବେଶ କରିଥିବା ନିବେଶକାରୀମାନେ ଟିକେ ଚିନ୍ତାରେ ପଡ଼ିଯାଇଛନ୍ତି । ସେ ୫ମ ବ୍ୟକ୍ତି ଯିଏ କୋ-ଫାଉଣ୍ତର ଭାବଲରେ ଜୋମାଟୋରୁ ଇସ୍ତଫା ଦେଇଛନ୍ତି । ଗୁଞ୍ଜନ ପାଟିଦୀର, ମୋହିତ ଗୁପ୍ତା, ଗୌରଭ ଗୁପ୍ତା ଏବଂ ପଙ୍କଡ ଚଢ଼ା କୋ-ଫାଉଣ୍ଡରମାନେ ପୂର୍ବରୁ ଇସ୍ତଫା ଦେଇସାରିଛନ୍ତି ।
ତେବେ ଏଠାରେ ସୂଚନା ଯୋଗ୍ୟ, ବ୍ଲିଙ୍କିଟ୍ ରେ ପ୍ରତିଷ୍ଠାତା ଅନବିନ୍ଦର ଢିନ୍ଦାସାଙ୍କ ସ୍ତ୍ରୀ ହେଉଛନ୍ତି ଆକୃତି ଚୋପ୍ରା ।