ଏଣିକି ଅଧିକ ସୁରକ୍ଷିତ ହେବ ଫେସବୁକ ମେସେଞ୍ଜର
Khabar Odisha:technology-odisha-facebook-messenger-will-be-more-protected
ନୂଆଦିଲ୍ଲୀ, ମାର୍ଚ୍ଚ ୦୮(ଖବର ଓଡିଶା ):

ଗୋପନୀୟତା ଓ ୟୁଜରଙ୍କ ସୁରକ୍ଷା ଉପରେ ଉଠୁଥିବା ପ୍ରଶ୍ନବାଚୀ ମଧ୍ୟରେ ସୋସିଆଲ ମିଡିଆ ସାଇଟ୍ ମଫେସବୁକକୁ ଅଧିକ ସୁରକ୍ଷିତ ରଖିବା ପାଇଁ ପ୍ରୟାସ କରୁଛି । କଂପାନୀର ସିଇଓ ମାର୍କ ଜୁକରବର୍ଗ କହିବା ଅନୁସାରେ ଫେସବୁକ ଏପରି ଭାବରେ ମେସେଞ୍ଜର ସେବା ଆରମ୍ଭ କରିବ ଯାହା ସଂପୂର୍ଣ୍ଣ ଭାବରେ ସୁରକ୍ଷିତ ଅଟେ । ଏଥିରେ ଏଭଳି ଭାବରେ ସୁରକ୍ଷା ଦିଆଯିବ କି ଯାହା ୟୁଜରଙ୍କର କଥାବାର୍ତାକୁ ଫେସବୁକ ମଧ୍ୟ ପଢିପାରିବ ନାହିଁ । ଏଥିରେ କଲ୍,ଭିଡିଓ ଚାଟିଂ,ଗ୍ରୁପ ,ଷ୍ଟୋରୀ,ବ୍ୟବସାୟ ସବୁ ରହିଛି ।

ୟୁଜରଙ୍କ ମିଛ ଖବର ଉପରେ ଲାଗିବ ରୋକ –

ୟୁଜରଙ୍କ ମିଛ ଖବର ଉପରେ  ରୋକ ଏବଂ ସତ ଖବର ଲୋକଙ୍କ ପାଖରେ ପହଁଚିବା ପାଇଁ ଫେସବୁକ ସୂଚନା ପ୍ୟାନେଲର ବ୍ୟବସ୍ଥା ଆରମ୍ଭ କରିଛି । ଏହା ହ୍ୱାରା ୟୁଜରମାନଙ୍କର ଭିଡିଓ ସତ କି ମିଛ ସହଜରେ ଜାଣିହେବ । କଂପାନୀ କହିବା ଅନୁସାରେ, ୟୁଜର ହିନ୍ଦି ଏବଂ ଇଂରାଜୀ ଭାଷା ସମ୍ବନ୍ଧିୟ ପ୍ରମାଣ  କିଛି ପାଇବାକୁ ଚାହୁଁଥିଲେ ସେଥିପାଇଁ ସୂଚନା ପ୍ୟାନେଲ ଉପଲବ୍ଧ ରହିବ ।

  • Tags:

Subscribe

National International State Sports Entertainment