ଲଂଚ୍ ହେଲା ହୁଏଇ ଲାଟେଷ୍ଟ ୱାଚ୍ ଜିଟି
Khabar Odisha:business-technology-huwai-smart-watch-gt-launched-in-india
ନୂଆଦିଲ୍ଲୀ, ମାର୍ଚ୍ଚ ୧୨(ଖବର ଓଡିଶା ):

ହୁଏଇର ଲାଟେଷ୍ଟ ଓା୍ୱଚ୍ ଜିଟି ପୂର୍ବ ବର୍ଷ ଅକ୍ଟୋବର ମାସରେ ମୋଟ ୨୦ ସିରିଜ ଲଂଚ୍ ହୋଇଥିଲା । ଏବେ କଂପାନୀ ଏହାକୁ ଭାରତରେ ଲଂଚ କରିଛି । ଏହି ଇଭେଂଟ ଲଂଚ୍ ଆଜି ନୂଆଦିଲ୍ଲୀରେ ହୋଇଛି । ଏହି ସ୍ମାର୍ଟୱାଚକୁ ଗ୍ରାହକ ମାନେ ଆମାଜନ ଇଣ୍ଡିଆ ୱେବସାଇଟରେ କିଣି ପାରିବେ । ଭାରତରେ ଏହାର ମୂଲ୍ୟ ୧୫,୯୯୦ ରହିଛି ।

ହୁଏଇ ୱାଚର ଜିଟି ସ୍ପୋର୍ଟ ଏଡିସନର ଦାମ ୧୫,୯୯୦ ଟଙ୍କା ଏବଂ କ୍ଲାସିକ ଏଡିସନର ଦାମ ୧୬,୯୯୦ ଟଙ୍କା ରଖାଯାଇଛି । ଏହା ବ୍ୟତୀତ କଂପାନୀ ଆଜି ବ୍ୟାଣ୍ଡ ୩ ପ୍ରୋ ଏବଂ ବ୍ୟାଣ୍ଡ ୩ଇ ଲଂଚ୍ କରିଛନ୍ତି । ଏହାର ଦାମ ପ୍ରାୟ ୪,୬୯୯ ଟଙ୍କା ଏବଂ ୧,୬୯୯ ଟଙ୍କା ରଖାଯାଇଛି । ଏହି ସ୍ମାର୍ଟୱାଚର ବିକ୍ରୀ ୧୯ ମାର୍ଚ୍ଚ ଠାରୁ ଆରମ୍ଭ ହେବ । ଏହି ୱାଚ ସହ ଗ୍ରାହକଙ୍କୁ ୨,୯୯୯ ଟଙ୍କାର ହେଡଫୋନ ଫ୍ରି ମିଳିବ ।

ଏହାର ସ୍ପେସିଫିକେସନ ଦେଖିଲେ ୱାଚ୍ ଜିଟି ରେ ୩୨୬ପିପିଆଇ ଫିକସେଲ ଡେନାସିଟି ଏବଂ ୪୫୬.୪୫୬ ପିକେସେଲ ରେଜୁଲେସନ ସହିତ ୧.୩୯ ଇଂଚର ଓଏଲଇଡି ଟଚସ୍ଲିନ ରହିଛି ।ଏଥିରେ  ୩.୦ ଟେକୋନଲୋଜି ମଧ୍ୟ ରହିଛି । ଏଥିରେ ଜିପିଏସ ଏବଂ ରୟାଲ ଟାଇମ ଏକ୍ସରସାଇଜର ସୁବିଧା ରହିଛି । ଏହି ୱାଚରେ ଏକସେଲିମଟର, ଜ୍ୟାରୁକେପପ, ମିନିଟମିଟର, ବାରୋମିଟର ସେନସର ରହିଛି । ଏହାସହ ୟୁଜର୍ସ ମେସେଜ ,କଲ,ନୋଟିଫିକେସନ ଚେକ୍ କରିପାରିବେ ।୧୬ ଏମବି ରାମ୍ ଏବଂ ୧୨୮ ଏମବିର ଷ୍ଟୋରେଜରେ ଏହି ୱାଚ୍ ଉପଲବ୍ଧ ହେବ ।  

  • Tags:

Subscribe

National International State Sports Entertainment