ନୋଟ୍ ନକଲି ନା ଅସଲି ଚିହ୍ନଟ କରିବ ଆପ୍, ଫଟୋ ଅପଲୋଡ୍ କରି ଏମିତି ଜାଣି ପାରିବେ
Khabar Odisha:business-odisha-smartphone-app-developed-by-iit-kharagpur-students-can-detect-fake-currency
ନୂଆଦିଲ୍ଲୀ,ମାର୍ଚ୍ଚ ୦୮(ଖବର ଓଡ଼ିଶା):

ଆଇଆଇଟି ଖଡ଼ଗପୁରରେ ରିସର୍ଚ୍ଚ କରୁଥିବା ଛାତ୍ରମାନେ ସ୍ମାର୍ଟଫୋନରେ ଏମିତି ଏକ ଆପ୍ ପ୍ରସ୍ତୁତ କରୁଛନ୍ତି, ଯେଉଁଥିରେ ନକଲି ନୋଟ୍ ଚିହ୍ନଟ କରାଯାଇ ପାରିବ। ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂର ୬ ଜଣ ଛାତ୍ର ନକଲି ନୋଟର ଚିହ୍ନଟ ପାଇଁ ଆପ୍ ପାଇଁ ଏକ କୋଡ ଡେଭଲପ କରୁଛନ୍ତି।

ଏହା ଏକ ଇମେଜ ପ୍ରୋସେସିଙ୍ଗ ଆପ୍। ଯାହା ଜରିଆରେ ସହଜରେ ଜାଣି ହେବ ଯେ, ନୋଟଟି ନକଲି ନା ଅସଲି।  ଏଥିପାଇଁ ସର୍ବ ପ୍ରଥମେ ଉକ୍ତ ଆପକୁ ନିଜର ସ୍ମାର୍ଟଫୋନରେ ଡାଉନଲୋଡ୍ କରିବାକୁ ପଡ଼ିବ। ଏହା ପରେ ନୋଟର ଫଟୋ ଉଠାଇବାକୁ ପଡ଼ିବ। ଆପ୍ ନୋଟର ପଛ ଏବଂ ଆଗ ପାର୍ଶ୍ଵରେ ଥିବା ୨୫ ଫିଚର୍ସର ଯାଞ୍ଚ କରି  ଜଣାଇ ଦେବ ଯେ ନୋଟଟି ଅସଲି କି ନକଲି। 

ଆରବିଆଇ ନକଲି ନୋଟର ଚିହ୍ନଟ ପାଇଁ ସିକ୍ୟୁରିଟି ଫିଚର୍ସ ମଧ୍ୟ ଜାରି କରିଛି। ଆସନ୍ତୁ ନୋଟରେ ଥିବା ସେହି ଫିଚର୍ସ ବିଷୟରେ ଜାଣିବା ଯାହା ଜରିଆରେ ଆପଣ ବିନା ଆପରେ ଜାଣି ପାରିବେ ଯେ ନୋଟ୍ ଟି ଅସଲ କି ନକଲି।

୨୦୦୦ ଟଙ୍କା ନୋଟର ସିକ୍ୟୁରିଟି ଫିଚର୍ସ

ନୂତନ ନୋଟର ପଛ ପାର୍ଶ୍ଵରେ ମଙ୍ଗଳଯାନର ଫଟୋ ରହିଛି। ଏହା ଭାରତର ଅନ୍ତରୀକ୍ଷ ପାଇଁ ମହତ୍ଵପୂର୍ଣ୍ଣ ପଦକ୍ଷେପ।

ନୋଟର ରଙ୍ଗ ଗୋଲାପି ରହିଛି। ଏଥିରେ ଅନେକ ଡିଜାଇଲ, ଜିଓ ମ୍ୟାଟ୍ରିକ ପେଟର୍ଣ୍ଣ  ଓ କଲର ସ୍କିମ ରହିଛି, ଯାହାକୁ ଦେଖି ଅନୁଭବ କରି ପାରିବା ଯେ ନୋଟ୍ ନକଲି ନା ଅସଲି।

ନୋଟର ଆକାର ୬୬/୧୬୬ ମିଲି ମିଟର। 

୫୦୦ ଟଙ୍କିଆ ନୋଟର ସିକ୍ୟୁରିଟି ଫିଚର୍ସ

ରିଜର୍ଭ ବ୍ୟାଙ୍କ ଏହି ନୋଟରେ ମଧ୍ୟ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖିଛି।

ନୋଟର ରଙ୍ଗ ଧୂସର ରହିଛି।  ଏହି ନୋଟର ପଛ ପାର୍ଶ୍ଵରେ ଲାଲକିଲ୍ଲା ରହିଛି।  ଏହା ସହିତ ଅନେକ ଡିଜାଇନ, ଜିଓ ମ୍ୟାଟ୍ରିକ ପେଟର୍ଣ୍ଣ ଓ କଲର ସ୍ମିମ ରହିଛି।

ନୂତନ ନୋଟର ଆକାର  ୬୬/୧୫୦ ମିଲି ମିଟର। 

  • Tags:

Subscribe

National International State Sports Entertainment