ପ୍ରତିଶ୍ରୁତି ରଖିଲେ ମୋଦୀ ସରକାର, ଆଇଟି ବିଭାଗରେ ୯ ମାସରେ ଚାକିରୀ ପାଇଛନ୍ତି ୭୦ହଜାର ଯୁବକ
Khabar Odisha:business-odisha-it-sector-has-given-70000-jobs-in-last-9-months
ନୂଆଦିଲ୍ଲୀ, ଫେବୃଆରୀ ୦୫(ଖବର ଓଡିଶା):

ଟାଟା କନସଲଟାନ୍ସି ସର୍ଭିସେସ, ଇନଫୋସିସ, ୱିପ୍ରୋ ଏବଂ ଏଚସିଏଲ ଭଳି ଆଇଟି କମ୍ପାନୀ ଗତ ୯ ମାସ ମଧ୍ୟରେ ୭୦ହଜାରରୁ ଅଧିକ ଯୁବକଙ୍କୁ ରୋଜଗାର ଦେଇଛନ୍ତି । ଯାହା ୨୦୧୭-୧୮ରେ ହୋଇଥିବା ମୋଟ ନିଯୁକ୍ତିର ପାଂଚ ଗୁଣା ଅଧିକ । 

ଟିସିଏସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି, ସେ ୯ମାସରେ ୨୨,୯୩୧ କର୍ମଚାରୀଙ୍କୁ କାମରେ ନିୟୋଜିତ କରିଛନ୍ତି । ଫଳରେ କାରବାର ବୃଦ୍ଧି ପାଉଛି । ଏହାର ପ୍ରଭାବ ଆଗକୁ ମଧ୍ୟ ଭଲ ରହିବ । ଏହି ଅବଧୀରେ ସଫ୍ଟଓୟାର ସେବା ନିର୍ଯ୍ୟାତକ ୩୬୫୭ଜଣ କର୍ମଚାରୀଙ୍କୁ ରୋଜଗାର ଉପଲବ୍ଧ କରିଛି । କମ୍ପାନୀ ଚଳିତ ବର୍ଷ ୨୮ହଜାରରୁ ଅଧିକ କ୍ୟାମ୍ପସ ଅଫର ଦିଆଯାଇଛି । 

ଇନଫୋସିସ, ଟିସିଏସର ବାଙ୍ଗାଲୋର ସ୍ଥିତ କାର୍ଯ୍ୟାଳୟରେ ୨୦୧୮ ଯାଏଁ ୯ମାସରେ ୨୧, ୩୯୮ ଜଣ ନୂତନ ନିଯୁକ୍ତ ହୋଇଛନ୍ତି । ଫଳରେ କମ୍ପାନୀ ପାଖରେ ୧ମଲିୟନ ଡଲାରରୁ ଅଧିକ ଟଙ୍କାର ପ୍ରକଳ୍ପ ଉପଲବ୍ଧ ରହିଛି । ଯାହା ଆଗାମୀ ଦିନରେ ବ୍ୟାପକ ହେବ । 

୨୦୧୭-୧୮ରେ ୪,୧୦୮ ଲୋକଙ୍କ ତୁଳନାରେ ଏଚସିଏଲ ଟେକ୍ନୋଲୋଜି ଡିସେମ୍ବର ମଧ୍ୟରେ ୧୨,୨୪୭ କର୍ମାଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିଛି  । ୱିପ୍ରୋ ଚଳିତ ବର୍ଷ ୧୨,୪୫୬ ଜଣଙ୍କୁ ରୋଜଗାର ଦେଇଛି । ଏହି ସମସ୍ତ କମ୍ପାନୀ ନିଜର ନିଯୁକ୍ତି ପାଇଁ ମହାବିଦ୍ୟାଳୟ ସ୍ତରରୁ ଯୁବକଙ୍କୁ ନେଇଥାଏ ।  ଭାରତ ସରକାରଙ୍କ ତରଫରୁ ଆଇଟି ବିଭାଗରେ ମାତ୍ରାଧିକ ଯୁବକଙ୍କୁ ରୋଜଗାର ଦିଆଯିବା ନେଇ ପ୍ରତିଶ୍ରୁତି ଦିଆଯାଇଥିଲା । ଯାହା ଏବେ ପୂରଣ ହେବାରେ ଲାଗିଛି ।

  • Tags:

Subscribe

National International State Sports Entertainment