ଆଜି ସ୍ଲୋ ରହିବ ଜି-ମେଲ୍
Khabar Odisha:business-odisha-gmail-will-slow-today
ନୂଆଦିଲ୍ଲୀ, ମାର୍ଚ୍ଚ ୧୩ (ଖବର ଓଡିଶା) :

ଆଜି ସକାଳ ୧୦ଟାରୁ ଗୁଗୁଲର ଜି-ମେଲ୍ ଏବଂ ୟୁଟ୍ୟୁବ, ଗୁଗୁଲ ଡ୍ରାଇଭରେ ଅସୁବିଧା ରହିବ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି  । ରିପୋର୍ଟରେ କୁହାଯାଇଛିକି ଗୁଗୁଲର ଜିସିଟରେ ମଧ୍ୟ ଅସୁବିଧା ହେବ । ଏହି ଅସୁବିଧା ଆମେରିକା ,କାନାଡା, ଜାପାନ,ଏବଂ ଅଷ୍ଟ୍ରେଲିଆ ୟୁଜର୍ସଙ୍କୁ ମଧ୍ୟ ହେବ । ଭାରତରେ ୟୁଜର୍ସଙ୍କୁ ଏହି ଅସୁବିଧା ଏତେ ମାତ୍ରାରେ ପ୍ରଭାବିତ କରିବ ନାହିଁ ।

କିଛି ଲୋକଙ୍କୁ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଗୁଗୁଲ ଡ୍ରାଇଭ୍ ଷ୍ଟୋରେଜକୁ ଖାଲି କରିବାକୁ ହେବ । ଏହାସହ କିଛି ୟୁଜରଙ୍କୁ ଡାଟା ବ୍ୟାକଅପ କରିବାପାଇଁ ଅସୁବିଧାର ସାମ୍ନା କରିବାକୁ ପଡିଛି । କିନ୍ତୁ ଏବେ ୟୁଜର୍ସଙ୍କୁ ଏହି ଅସୁବିଧା ହେଉ ନାହିଁ । ଜଣାଇ ଦିଆଯାଉଛିକି ଏହି ବର୍ଷ ଜାନୁଆରୀରେ ଜି-ମେଲ୍ ରେ ୧୦ ମିନିଟ ପାଇଁ ଏହି ଅସୁବିଧା ଦେଖାଦେଇଥିଲା । ୟୁଜର୍ସ ଲଗିନ୍ କରି ହେଇନଥିଲା । କିନ୍ତୁ ଯାହା ପୂର୍ବରୁ ଲଗିନ ହୋଇଥିଲା  ସେଥିରେ କିଛି ଅସୁବିଧା ନଥିଲା ।

  • Tags:

Subscribe

National International State Sports Entertainment