ଡାଟାଲିକ ପରେ ମଧ୍ୟ କମିନି ଫେସବୁକ କ୍ରେଜ୍, ୨୩୨କୋଟିରେ ପହଁଚିଲା ୟୁଜର ସଂଖ୍ୟା
Khabar Odisha:business-odisha-facebook-continuous-growing-despite-scandals-and-privacy-outrage
ନୂଆଦିଲ୍ଲୀ, ଫେବୃଆରୀ ୦୧(ଖବର ଓଡିଶା):

ଅନେକ ବିବାଦରେ ଫସିବା ପରେ ମଧ୍ୟ ସୋସିଆଲ ମିଡିଆ କମ୍ପାନୀ ଫେସବୁକରେ ୟୁଜରଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ଫଳରେ ଫେସବୁକର ଲାଭ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ୬୧ ପ୍ରତିଶତ ବୃଦ୍ଧି ଘଟି ୬.୯ ଅରବ ଡଲାରରେ ପହଁଚିଛି । କମ୍ପାନୀ ନିଜ ପେଜରେ ଏନେଇ ସୂଚନା ଦେଇଛି । 

କମ୍ପାନୀ କହିଛି କି, ବର୍ଷର ଚତୁର୍ଥ ତ୍ରୈମାସିକରେ ଆୟରେ ୩୦ ପ୍ରତିଶତ ବୃଦ୍ଧି ଘଟି ୧୬.୯୦ରେ ପହଁଚିଛି । ଏହାସହ ୟୁଜରଙ୍କ ସଂଖ୍ୟା ୨.୩୨ ଆରବ ଡଲାରରେ ପହଁଚି ଯାଇଛି । ଏନେଇ ନିଜର ଖୁସି ଜାହିର କରିଛନ୍ତି ପ୍ରତିଷ୍ଠାତା ମାର୍କ ଜୁକରବର୍ଗ । 

ଏହାର ପ୍ରଭାବ କମ୍ପାନୀର ସେୟାର ଉପରେ ପଡିଛି । ଯାହା ୭.୭୦ ପ୍ରତିଶତ ବୃଦ୍ଧି ଘଟି ୧୬୧.୯୯ ଡଲାରରେ ପହଁଚି ଯାଇଛି । କମ୍ପାନୀର କର୍ମଚାରୀଙ୍କ ସଂଖ୍ୟା ୪୨ ପ୍ରତିଶତ ବୃଦ୍ଧି ଘଟି ୩୫,୫୮୭ରେ ପହଁଚିଛି । 

ସୂଚନାଯୋଗ୍ୟ କି, ଟେକକ୍ରଂଚ ରିପୋର୍ଟରେ ଦାବି କରାଯାଇଛି ଯେ ଫେସବୁକ ଯୁବକମାନଙ୍କୁ ଅର୍ଥ ଦେଇ ସେମାନଙ୍କ ଫୋନରେ ଭିପିଏନ ଇନଷ୍ଟଲ କରୁଛି । ଏହା ସେମାନଙ୍କ ଉପରେ ନଜର ରଖିବା ପାଇଁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । 

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଫେସବୁକ ଏହି କାମ ୨୦୧୬ରୁ କରି ଆସୁଛି । କମ୍ପାନୀ ଏଥି ନିମନ୍ତେ ୧୩ରୁ ୩୫ ବର୍ଷିୟ ଯୁବକଙ୍କୁ ବ୍ୟବହାର କରୁଛି ଏବଂ ସେମାନଙ୍କ ଫୋନରେ ଫେସବୁକ ରିସର୍ଚ ନାମକ ଏକ ବିପିଏନକୁ ଡାଉନଲୋଡ କରୁଛି । 

  • Tags:

Subscribe

National International State Sports Entertainment