ଇ-କମର୍ସ: ଅନଲାଇନରୁ ଆଉ ଡିସକାଉଣ୍ଟରେ ମିଳିବନି ସାମାନ
Khabar Odisha:business-odisha-E-Commerce-Delivery-Will-Now-Take-4-7-Days
ନୂଆଦିଲ୍ଲୀ, ଫେବ୍ରୁଆରୀ୦୨ (ଖବର ଓଡିଶା)-

ଇ-କମର୍ସରେ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ)ର ନୂଆ ନିୟମ ଶୁକ୍ରବାରରୁ ଲାଗୁ ହୋଇଛି । ଏହାସହ ଗ୍ରାହକଙ୍କୁ ମିଳୁଥିବା ସୁବିଧା ଉପରେ ସଙ୍କଟର ବାଦଲ ଦେଖାଯାଉଛି । ନୂଆ ବ୍ୟବସ୍ଥା ଅନୁସାରେ ଗ୍ରାହକଙ୍କୁ ବିଭିନ୍ନ ସାମଗ୍ରୀ ୧-୨ରୁ ଦୁଇ ଦିନ ତୁଳନାରେ ୪-୭ ଦିନରେ ମିଳିବ । ଏହାଛଡା ଟଙ୍କା ମଧ୍ୟ ଅଧିକ ଦେବାକୁ ପଡିବ । ଏହାଛଡା ଆଉ ରିହାତିରେ ଗ୍ରାହକମାନେ ଜିନିଷ ମଧ୍ୟ କିଣିପାରିବେନି । 

ନୂଆ ନିୟମରେ ସର୍ବାଧିକ ପ୍ରଭାବ ଆମାଜନ ଉପରେ ପଡିବ । ଯାହାକୁ  ନିଜ ପ୍ଲାଟଫର୍ମରୁ ମୋବାଇଲ, ଇଲୋଟ୍ରୋନିକ୍ସ, ଗ୍ରୋସରୀ ଏବଂ ଫେସନ ସମେତ ଅନେକ ଶ୍ରେଣୀରୁ ବହୁ ସାମାନକୁ ଭାରି ମାତ୍ରାରେ ହଟାଇବାକୁ ପଡିଛି । କ୍ଲାଉଡଟେଲ ଏବଂ ଏପେରିଓ ପରି ବିକ୍ରେତା ମାନେ କାମ କରିବା  ବନ୍ଦ କରି ଦେଲେଣି । ଏହି ଦୁଇ କମ୍ପାନୀରେ ଆମାଜନ ଅଂଶୀଦାର ଥିଲା । ଶୁକ୍ରବାର ଡିସେମ୍ବର ତ୍ରୟୋମାସିକ ଆର୍ଥିକ ନୀତିର ଘୋଷଣା କରିବା ପରେ କମ୍ପାନୀଙ୍କ ସିଏଫଓ ବ୍ରାୟନ ଓୋଲସାବକ୍ସୀ ବିଶ୍ଲେଷକ କହିଛନ୍ତି କି ନୂଆ ପଲିସିର ପ୍ରଭାବ ଭାରତରେ ପ୍ରାଇସିଂ ଏବଂ ଗ୍ରାହାକଙ୍କ ଚୟନ ସହ ବିକ୍ରି ଉପରେ ପଡିବ । 

ବିଶ୍ୱସ୍ତରରେ ଆମାଜନକୁ ଅନ୍ତରାଷ୍ଟ୍ରୀୟ କାରବାର ଉପରେ ୬୪.୨ କୋଟି ଡଲାର କ୍ଷତି ସହିବାକୁ ପଡିବ, ଯାହା ଏହା ପୂର୍ବରୁ ଆର୍ଥିକ ବର୍ଷ ସମାନ ତ୍ରୟୋମାସିକରେ ୯୧.୯ କୋଟି ଡଲାର ଥିଲା । ଚଳିତ ଥର ଆମାଜନର ବିକ୍ରି ୨୧ ଆରବ ଡଲାର ରହିଥିଲା, ଯହା ଗତ ବର୍ଷ ସମାନ ସମୟରେ ୧୮ ଆରବ ଡଲାର ଥିଲା । 

Subscribe

National International State Sports Entertainment