ସବୁଠାରୁ ବଡ ବ୍ୟାଙ୍କ ଘୋଟାଲର ଗୋଟିଏ ବର୍ଷ ପରେ ପିଏନବିକୁ ୨୪୬.୫୧ କୋଟିର ଲାଭ
Khabar Odisha:business-odisha--Pnb-Net-Profit-Rises-By-7-Percent
ନୂଆଦୀଲ୍ଲୀ, ଫେବ୍ରୁଆରୀ୦୫ (ଖବର ଓଡିଶା):

 ଗୋଟିଏ ବର୍ଷ ପୂର୍ବ ହୀରା ବ୍ୟବସାୟୀ ମେହୁଳ ଚୋକସୀ ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ କରିଥିବା ସବୁଠାରୁ ବଡ ବ୍ୟାଙ୍କ ଘୋଟାଲା ପରେ ମଧ୍ୟ ଲାଭ ଅର୍ଜନ କରିଛି ବ୍ୟାଙ୍କ । ମଙ୍ଗଳବାର ଘୋଷଣା ହୋଇଥିବା ତୃତୀୟ ମାସିକ ପରିଣାମରେ ବ୍ୟାଙ୍କର ସୁଧ ଲାଭା ୭.୧୨ ପ୍ରତିଶତ ବୃଦ୍ଧି ହୋଇ ୨୪୬.୫୧ କୋଟି ଟଙ୍କା ଲାଭା ହୋଇଛି । 

ଗତବର୍ଷ ଏହି ସମୟରେ ବ୍ୟାଙ୍କକୁ ୨୩୦.୧୧ କୋଟି ଟଙ୍କାର ସୁଧ ଲାଭ ହୋଇଥିଲା । 

ସେୟର ବଜାରକୁ ଦେଇଥିବା ସୂଚନାରେ ବ୍ୟାଙ୍କ କହିଛି ଯେ ସମାନ ଅବଧି ସମୟରେ ବ୍ୟାଙ୍କର ରୋଜଗାର ୨.୪୬ ପ୍ରତିଶତ କମି ୧୪,୮୫୪.୨୪ କୋଟି ଟଙ୍କା ରହିଛି ଯାହା ଗତ ବର୍ଷ ୧୫,୨୫୭.୫ କୋଟି ଥିଲା । 

ସୂଚନାଯୋଗ୍ୟ ଯେ ପିଏନବିରୁ ୧୪,୩୫୬ କୋଟି ଟଙ୍କା ନେଇ ନୀରବ ମୋଦୀ, ମେହୁଲ ଚୋକସୀ ଦେଶଛାଡି ପଳାଇଥିଲେ । ବ୍ୟାଙ୍କର ପ୍ରବନ୍ଧ ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନୀଲ ମେହତା କହିଛନ୍ତି ଯେ କମ୍ପାନୀ ଚଳିତ ଆର୍ଥିକ ବର୍ଷରେ ସକାରାତ୍ମକ ଦିଗରେ ଗତି କରୁଛି । 

Subscribe

National International State Sports Entertainment