ଆଇପିଏଲ ପାଇଁ ଜିଓର ନୂଆ ପ୍ଲାନ, ମିଳିବ ୧୦୨ ଜିବି ଡାଟା
Khabar Odisha:business-cricket-ipl-odisha-jio-introduces-cricket-data-prepaid-recharge-with-2gb-daily-data
ନୂଆଦିଲ୍ଲୀ, ଏପ୍ରିଲ ୧୪(ଖବର ଓଡିଶା) :

 ନିକଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ପକ୍ଷରୁ ୧୯୯ ଓ ୪୯୯ ଟଙ୍କାର ଦୁଇଟି ନୂଆ ପ୍ଲାନ ଘୋଷଣା କରାଯାଇଥିଲା । ଗ୍ରାହକଙ୍କୁ ଏହି ପ୍ଲାନରେ ପ୍ରତ୍ୟେକ ଦିନ ୧ ଜିବି ଡାଟା ମିଳିବ। ଏବେ ରିଲାଏନ୍ସ ଜିଓ ପକ୍ଷରୁ ଆଇପିଏଲ ଫ୍ୟାନମାନଙ୍କ ପାଇଁ ନୂଆ କ୍ରିକେଟ ଡାଟା ପ୍ଲାନ୍ ଲଞ୍ଚ କରିଛି। ଏହି ପ୍ଲାନର ମୂଲ୍ୟ ୨୫୧ ଟଙ୍କା ରଖାଯାଇଛି। ଏହି ପ୍ଲାନକୁ ବାଛିବା ପାଇଁ ଆପଣ ମାଇଁ ଜିଓ ଆପ ବ୍ୟବହାର କରିପାରିବେ।

ଏହା ଡାଟା ଆଧାରିତ ପ୍ଲାନ୍। ଏହି ପ୍ଲାନରେ ଉପଭୋକ୍ତାଙ୍କୁ ପ୍ରତ୍ୟେକ ଦିନ ୨ ଜିବି ଡାଟା ମିଳୁଛି। ଲିମିଟ୍ ସାରିବା ପରେ ଡାଟା ସ୍ପିଡ୍ ୬୪ kbps ହୋଇଯିବ। ଏହି ପ୍ଲାନର ବୈଧତା ୫୧ ଦିନ ରହିଛି। ଏହାର ଅର୍ଥ ହେଉଛି ଉପଭୋକ୍ତଙ୍କୁ ୨ ଜିବି ଲେଖାଏଁ ମୋଟ ୧୦୨ ଜିବି ଡାଟା ମିଳିବ । ଏହି ପ୍ଲାନ୍ ଡାଟା ଓନଲି ପ୍ଲାନ୍ ହୋଇଥିବାରୁ ଏଥିରେ କେବଳ ଡାଟା ହିଁ ମିଳିବ। ଏହି ପ୍ଲାନରେ ଗ୍ରାହକଙ୍କୁ ଭଏସ୍ କଲିଂ କିମ୍ବା ଏସଏମଏସ ସୁବିଧା ମିଳିବ ନାହିଁ। ରୋମିଂରେ ମଧ୍ୟ ଏହି ପ୍ଲାନ୍ କାମ କରିବ। ଏହି ସୁବିଧା ପାଇଁ ଉପଭୋକ୍ତଙ୍କୁ ଅଲଗା ରିଚାର୍ଜ କରିବାକୁ ପଡିବ।

Subscribe

National International State Sports Entertainment