ହନର ଆମାଜନ ସେଲ୍, ଗ୍ରାହକଙ୍କ ପାଇଁ ରହିଛି ଆକର୍ଷଣୀୟ ଅଫର
Khabar Odisha:business-amazon-sail-for-honour-mobile
ନୂଆଦିଲ୍ଲୀ ,ମାର୍ଚ୍ଚ ୧୧(ଖବର ଓଡିଶା):

ଇ-କମର୍ସ ପ୍ଲାଟଫର୍ମ ଆମାଜନରେ ହନର ସ୍ମାର୍ଟଫୋନ ସେଲ୍ ରହିଛି । ଏହି ସେଲ ଆଜି ଠାରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ ।  ଏହି ୫ ଦିନିଆ ସେଲ ଦ୍ୱାରା ଗ୍ରାହକ ହନର ସ୍ମାର୍ଟଫୋନ ଉପରେ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପାଇପାରିବେ । ହନର ଏଇଟ ଏକ୍ସ, ହନର ଭିୟୁ୨୦ ଓ ହନର ଏଇଟ୍ ସି ଏହି ସବୁ ସ୍ମାର୍ଟଫୋନ ସାମିଲ ହୋଇଛି ।

 ହନର ଭିୟୁ ୨୦ ସେଲର ପ୍ରାରମ୍ଭିକ ମୂଲ୍ୟ ୩୭,୯୯୯ ରହିଛି  । ଏହି ସ୍ମାର୍ଟଫୋନ ୬ଜିବି ଏବଂ ୮ ଜିବି ଭ୍ୟାରିଆଂଟର ରହିଛି । ଏହାର ଇଏମଆଇ ଅପସନ ମଧ୍ୟ ଉପଲବଧ ଅଛି । ଇଏମୟୁଆଇ ୯.୦.୧ ଅପରେଟିଂ ସିଷ୍ଟମ ସହ ୨.୬ ଜିଏଚଜେଡ କରୁନ ସହ ୯୮୦ ଏକ୍ସଟ୍ରା ପ୍ରୋସେସର ମିଳୁଛି ।

 ହନର ଏଇଟ ସି କଥା ଆଲେଚନା କରିବା ତ ଏଥିରେ ୪ଜିବି ରାମ୍ ସହ ୩୨ ଜିବି ଏବଂ ୬୪ ଜିବି ଷ୍ଟୋରେଜ କାପାସିଟି ରହିଛି । ଏହି ୨ଟି ସ୍ମାର୍ଟଫୋନକୁ ୯,୯୯୯ ଟଙ୍କା ଏବଂ ୧୨,୯୯୯ ଟଙ୍କାରେ କିଣି ପାରିବା ।

 ହନର ଏଇଟ ଏକ୍ସକୁ ୧୩,୯୯୯ ଟଙ୍କାରେ ଗ୍ରାହକ ମାନେ କିଣିପାରିବେ । ଏହାର ପ୍ରାରମ୍ଭିର ମୂଲ୍ୟ ୧୭,୯୯୯ ଟଙ୍କା । ଏଥିରେ ୬.୫ ଇଞ୍ଚ ଡିସପ୍ଲେ ସହିତ ୨୦ ଏମପି ଏଆଇ କ୍ୟାମେରା ରହିଛି ।

 ହନର ପ୍ଲେ ଏହାର ପ୍ରାରମ୍ଭିକ ମୂଲ୍ୟ ୨୧,୯୯୯ ଟଙ୍କା ଥିବା ବେଳେ ଏହା ରିହାତି ହୋଇ ୧୪,୯୯୯ରେ ଉପଲବ୍ଧ ହେଉଛି । ଏଥିରେ କରିନ ୯୭୦ ଏଆଇ ପ୍ରୋସେସର ସହ କରିନ ୯୭୦ ଏଆଇ ରହିଛି ।

 ହନର ସେଭେନ ସିରେ ଭ୍ୟାରିଆଂଟର ଫୋନରେ ୩ଜିବି ଓ ୪ ଜିବି ରାମ ରହିଛି । ଏହାର ମୂଲ୍ୟ ୧୧,୫୦୦ ଥିବା ବେଳେ ଗ୍ରାହକ ମାନେ ଆମାଜନ ସେଲରେ ଏହାକୁ ୭,୯୯୯ରେ କିଣି ପାରିବେ ।

  • Tags:

Subscribe

National International State Sports Entertainment