ସେୟାର ବଜାରରେ କଳା ସୋମବାର, ନିବେଶକଙ୍କ ଡୁବିଲା ୫ ଲକ୍ଷ କୋଟି
Khabar Odisha:business--Odisha-black-monday-in-share-market-investor-lost-five-lakh-crore-rupees-in-two-days-five-takaways
ମୁମ୍ବାଇ,ଜୁଲାଇ୦୮(ଖବର ଓଡ଼ିଶା):

 ଶୁକ୍ରବାର ବଜେଟ୍ ଉପସ୍ଥାପନ  ହେବା ପରଠୁ  ବଜାରରେ ଜାରି ହ୍ରାସ କାରଣରୁ ସେୟାର  ବଜାର ପାଇଁ ସୋମବାର କଳା ଦିନ ସାବ୍ୟସ୍ତ  ହୋଇଛି। ବଜାରରେ ମାନ୍ଦାବସ୍ଥା କାରଣରୁ ନିବେଶ କରୁଥିବା ଲୋକ ୫ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ)ରେ ତାଲିକାଭୁକ୍ତ ସବୁ କମ୍ପାନୀର ବଜାର ପୁଞ୍ଜିକରଣ ସୋମବାର ୧୧ଟା ୪୦ ସୁଦ୍ଧା ହ୍ରାସ ପାଇ ୧୪୮.୫୮ ଲକ୍ଷ କୋଟି ଟଙ୍କା ରହିଥିଲା।

କାରବାର ବନ୍ଦ ହେବା ସମୟରେ ସେନସେକ୍ସ ୭୯୨.୮୨ ପଏଣ୍ଟ  ହ୍ରାସ ପାଇ ୩୮,୭୨୦.୫୭ରେ ବନ୍ଦ ରହିଥିଲା। ଅନ୍ୟ ପଟେ ଏନଏସଇ ନିଫଟି ୨୫୨.୫୫ ପଏଣ୍ଟ  ତଳକୁ ଖସି ୧୧,୫୫୮.୬୦ ପଏଣ୍ଟରେ ବନ୍ଦ ରହିଛି।

ଇଡବି କ୍ୟାପିଟାଲ ମାର୍କେଟ୍ସର ରିସର୍ଚ୍ଚ ହେଡ ଏକେ ପ୍ରଭାକର କହିଛନ୍ତି ଯେ, ବଜେଟରେ କିଛି ନଥିଲା ଏବଂ ମାର୍କେଟ ଉପରେ ଏହାର କୌଣସି ପ୍ରଭାବ ପଡିନାହିଁ। ବର୍ଷକୁ କୋଟି କୋଟି ଟଙ୍କା ଆୟ କରୁଥିବା ଅତି ବିତ୍ତଶାଳୀ ବ୍ୟକ୍ତିଙ୍କ ଉପରେ ଇନକମ ଟ୍ୟାକ୍ସ ସରଚାର୍ଜ ବଢାଇବା ବଜେଟରେ ପ୍ରସ୍ତାବ ପରେ ଏଥିରେ ୨ ହଜାର ବିଦେଶୀ ଫଣ୍ଡ୍ସ ପ୍ରଭାବିତ ହୋଇଛି। ସୋମବାର କାରବାର ଆରମ୍ଭରେ ବଡ଼ ସେୟାରରେ ସାମିଲ ଏଚଡିଏଫସି ବ୍ୟାଙ୍କ, ଲାର୍ସନ ଆଣ୍ଡ ଟୁବ୍ରୋ(ଏଲଆଣ୍ଡଟି), ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ,  ବଜାଜ ଫାଇନାନ୍ସ, କୋଟାକ ମହିନ୍ଦ୍ରା ବ୍ୟାଙ୍କ ଓ ଏକ୍ସିସ ବ୍ୟାଙ୍କର ୪୦୦ ପଏଣ୍ଟ  ହ୍ରାସ ଘଟିଛି।

ବଡ଼ କମ୍ପାନୀ ମଧ୍ୟରେ ହିରୋ ମୋଟୋକର୍ପ, ପିଏନବି, ଇଣ୍ଡିଆନ ଓଏଲ କର୍ପୋରେସନ ଓ ଦିଲୀପ ବିଲ୍ଡକନ ପରି କମ୍ପାନୀର ସେୟାରରେ ମଧ୍ୟ ବହୁତ ବଡ଼ ହ୍ରାସ ଘଟିଛି। ଅନ୍ୟ ପଟେ ବଜାଜ ଫାଇନାନ୍ସ ଓ ବ୍ୟାଙ୍କ ଅଫ ଇଣ୍ଡିଆକୁ ଚଳିତ ବର୍ଷ ଦ୍ଵିତୀୟ ସବୁଠୁ ବଡ଼ ହ୍ରାସର ମୁହଁ ଦେଖିବାକୁ ମିଳିଛି। ସାମକୋ ସିକ୍ୟୁରିଟିଜର ରିସର୍ଚ୍ଚ  ହେଡ ଉମେଶ ମେହତା କହିଛନ୍ତି ଯେ, ଦେଶରେ ମାନ୍ଦାବସ୍ଥାରେ ଥିବା ଆର୍ଥିକ ଅଭିବୃଦ୍ଧିକୁ ଗତି ଦେବାର ଉପାୟ ବଜେଟରେ କରାଯାଇ ନାହିଁ। ଫଳରେ ବଜାରରେ ବହୁତ ବଡ଼ ଝଟକା ଲାଗିଛି। 

୩ଟା ୯ ସୁଦ୍ଧା ସେନସେକ୍ସ ୮୧୪.୬୦ ଅଙ୍କ ହ୍ରାସ ସହିତ  ୩୮,୬୯୪.୬୨ ପଏଣ୍ଟରେ ଥିବା ବେଳେ ନିଫଟି ୨୬୩.୭୫ ପଏଣ୍ଟ ହ୍ରାସ ୧୧,୫୪୭.୪୦ ପଏଣ୍ଟ ତଳକୁ ଖସି ଆସିଥିଲା।

Subscribe

National International State Sports Entertainment