ନୂଆଦିଲ୍ଲୀ, ମାର୍ଚ୍ଚ ୨୬ (ଖବର ଓଡ଼ିଶା): ଭାରତୀୟ ମୂଳ ନିବାସୀ ବ୍ରିଟିଶ ଅର୍ଥମନ୍ତ୍ରୀ ଋଷି ଇନଫୋସିସ ନିଜର ପତ୍ନୀଙ୍କ ଭାଗିଦାରୀକୁ ନେଇ ପ୍ରଶ୍ନବାଣର ଶିକାର ହୋଇଛନ୍ତି । ୟୁକ୍ରେନ୍ ଉପରେ ଆକ୍ରମଣକୁ ନେଇ ରୁଷିଆ ଉପରେ ବ୍ରିଟେନ୍, ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକ କଡ଼ା କଟକଣା ଲାଗୁ କରିଛନ୍ତି । କିନ୍ତୁ ଭାରତୀୟ କଂପାନୀ ଇନଫୋସିସ ରୁଷିଆରେ ନିଜର କାମ ଜାରି ରଖିଛି । ଇନଫୋସିସର ପ୍ରତିଷ୍ଠାତା ଋଷି ସୁନକଙ୍କ ଶ୍ୱଶୁର ନାରାୟଣ ମୂର୍ତ୍ତି ଅଟନ୍ତି । ଏହି କଂପାନୀରେ ଋଷିଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ଅଂଶଧନ ରହିଛି । ଏହାକୁ ନେଇ ଋଷି ସୁନକଙ୍କୁ ଟାର୍ଗେଟ କରାଯାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
ଏକ ଗଣମାଧ୍ୟମର ସଂସ୍ଥା ଋଷି ସୁନକଙ୍କୁ ପ୍ରଶ୍ନ କରିଛି ଯେ, ଆପଣଙ୍କର ପରିବାରର ରୁଷିଆ ସହିତ ସଂପର୍କ ରହିଛି । ଆପଣଙ୍କର ପତ୍ନୀଙ୍କ ଭାରତୀୟ କନସଲଟେନ୍ସି ଫାର୍ମ ଇନ୍ଫୋସିସରେ ଭାଗିଦାରୀ ରହିଛି । ଇନ୍ଫୋସିସର ବ୍ୟବସାୟ ରୁଷିଆରେ ଚାଲିଛି । ଏହାର ଏକ କାର୍ଯ୍ୟାଳୟ ମଧ୍ୟ ଅଛି । ଏକ ଡେଲିଭରି ଅଫିସ ମଧ୍ୟ ଅଛି । କଂପାନୀର ମସ୍କୋରେ ଅଲ୍ଫା ବ୍ୟାଙ୍କ ସହିତ ସଂଯୋଗ ରହିଛି ।
ଗଣମାଧ୍ୟମର ପ୍ରତିନିଧି ଋଷିଙ୍କୁ କହିଛନ୍ତି ଯେ, କ’ଣ ଆପଣ ଅନ୍ୟମାନଙ୍କୁ ପରାମର୍ଶ ଦେଉଛନ୍ତି । ଏହାର ପାଳନ ଆପଣଙ୍କର ଘରେ ହେଉନାହିଁ? ଜବାବରେ ସୁନକ କହିଛନ୍ତି ଯେ, ରୁଷିଆ ଉପରେ କଟକଣା ନେଇ ଜଣେ ଚୟନୀତ ରାଜନେତା ଭାବେ ନିଜର ପକ୍ଷ ରଖିଛନ୍ତି । ତାଙ୍କର ପତ୍ନୀ କୌଣସି ଚୟନୀତ ନେତା ନୁହଁନ୍ତି । ଇନଫୋସିସିରେ ତାଙ୍କର ପତ୍ନୀଙ୍କ ସେୟାର ରହିଛି । ତାଙ୍କ ପତ୍ନୀ ବ୍ରିଟେନର ନିର୍ବାଚିତ ସାଂସଦ ନୁହଁନ୍ତି । ଇନଫୋସିସର ବ୍ୟବସାୟ ନେଇ ମୋର କୌଣସି ଉତ୍ତର ଦେବାର ନାହିଁ । ମୁଁ ଜଣେ ଚୟନୀତ ନେତା । ମୋର ଦାୟିତ୍ୱ ଅଲଗା । ଏହାରି ଉପରେ ଚର୍ଚ୍ଚା ପାଇଁ ପ୍ରସ୍ତୁତ ।