କରୋନା ମୁକାବିଲା: ଭାରତକୁ ସହାୟତା ପାଇଁ ୧ ବିଲିୟନ ଡଲାର ମଂଜୁରୀ ଦେଲା ବିଶ୍ୱ ବ୍ୟାଙ୍କ
Khabar Odisha:International-Business-World-bank-approves-1-billion-dollar-emergency-help-for-India-to-fight-corona

ୱାଶିଂଟନ, ଏପ୍ରିଲ ୦୩ (ଖବର ଓଡ଼ିଶା): ବିଶ୍ୱବ୍ୟାଙ୍କ ଗୁରୁବାର ଭାରତକୁ କରୋନା ଭାଇରସ ମୁକାବିଲା ପାଇଁ ଏକ ବିଲିୟନ ଡଲାର ଜରୁରୀକାଳୀନ ଆର୍ଥିକ ସହାୟତା ଲାଗି ଘୋଷଣା କରିଛି । ଏଥି ପାଇଁ ଏହି ରାଶିକୁ ମଂଜୁରୀ  ମଧ୍ୟ କରିଛି । ବିଶ୍ୱ ବ୍ୟାଙ୍କର ସହାୟତା ପରିଯୋଜନାର ୧.୯ ବିଲିୟନ ଡଲାର ପ୍ରଥମ ପର୍ଯ୍ୟାୟରେ ୨୫ଟି ଦେଶକୁ ସହଯୋଗ କରାଯିବ । ସେହିପରି ୪୦ରୁ ଅଧିକ ଦେଶରେ ଜରୁରୀକାଳୀନ ଭାବେ କାମ ଆଗକୁ କରାଯିବ । 

ଜରୁରୀକାଳୀନ ଆର୍ଥିକ ସହାୟତାର ବଡ଼ ଅଂଶ ଭାରତକୁ ଦିଆଯିବ ବୋଲି ବିଶ୍ୱ ବ୍ୟାଙ୍କ କହିଛି । ବିଶ୍ୱବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନଙ୍କ ମଣ୍ଡଳ ବିଶ୍ୱର ବିକାଶଶୀଳ ଦେଶଗୁଡ଼ିକ ପାଇଁ ସହାୟତାର ପ୍ରଥମ ପର୍ଯ୍ୟାୟକୁ ମଂଜୁରୀ ଦେଇଛି । ଏହା ପରେ ବିଶ୍ୱ ବ୍ୟାଙ୍କ କହିଛି ଯେ, ଭାରତରେ ଏକ ବିଲିୟନ ଜରୁରୀକାଳୀନ ଆର୍ଥିକ ସହାୟତା ଦ୍ୱାରା ଉତ୍ତମ ସ୍କ୍ରିନିଂ, ପରୀକ୍ଷାଗାରରେ ଯାଞ୍ଚ, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଓ ନୂତନ କ୍ୱାରେଣ୍ଟାଇନ କାମରେ ଲାଗିବ । 

ଦକ୍ଷିଣ ଏସିଆରେ ବିଶ୍ୱ ବ୍ୟାଙ୍କ ପାକିସ୍ତାନ ପାଇଁ ୨୦ କୋଟି ଡଲାର, ଆଫଗାନିସ୍ତାନ ପାଇଁ ୧୦ କୋଟି ଡଲାର, ମାଳଦୀପ ପାଇଁ ୭୩ ଲକ୍ଷ ଡଲାର ଓ ଶ୍ରୀଲଙ୍କା ପାଇଁ ୧୨.୮୬ କୋଟି ଡଲାର ସହାୟତା ମଂଜୁରୀ ଦେଇଛି । ବିଶ୍ୱ ବ୍ୟାଙ୍କ କହିଛି, କରୋନା ମୁକାବିଲା କରିବା ପାଇଁ ଦେଶଗୁଡ଼ିକୁ ସହଯୋଗ କରିବା ଲାଗି ୧୫ ମାସ ପାଇଁ ୧୬୦ ବିଲିୟନ ଡଲାର ଜରୁରୀକାଳୀନ ସହାୟତାକୁ ମଂଜୁରୀ ଦେଇଛି । 

 

  • Tags:

Subscribe

National International State Sports Entertainment