ଜିଏସ୍ଟି ସଂଗ୍ରହରେ ସର୍ବକାଳୀନ ରେକର୍ଡ ହୋଇଛି । ମାର୍ଚ୍ଚ ମାସରେ ଜିଏସ୍ଟି ରଜସ୍ୱ ସଂଗ୍ରହ ସର୍ବକାଳୀନ ଉଚ୍ଚରେ ପହଞ୍ଚିଛି । ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ମାସରେ ୧.୪୨ ଲକ୍ଷ କୋଟି ଟଙ୍କା ସଂଗ୍ରହ ହୋଇଛି । ଏହା ଏକ ରେକର୍ଡ ଅଟେ । ସୂଚନାଯୋଗ୍ୟ ଯେ ଜାନୁଆରୀ ମାସରେ ଜିଏସ୍ଟି ସଂଗ୍ରହ ସର୍ବାଧିକ ୧,୪୦,୯୮୬ କୋଟି ଟଙ୍କା ଥିଲା।
ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟକୁ ଦେଖିଲେ, ମାର୍ଚ୍ଚ ୨୦୨୨ ରେ ସଂଗୃହିତ ମୋଟ ଜିଏସ୍ଟି ରାଜସ୍ୱ ହେଉଛି ୧,୪୨,୦୯୫ କୋଟି ଟଙ୍କା । ଏଥିରେ ସିଜିଏସ୍ଟିି ୨୫,୮୩୦ କୋଟି, ଏସ୍ଜିଏସ୍ଟ ୩୨,୩୭୮ କୋଟି, ଆଇଜିଏସ୍ଟି ୭୪,୪୭୦ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୩୯,୧୩୧ କୋଟି ଟଙ୍କା) ଏବଂ ସେସ ୯,୪୧୭ କୋଟି (ସାମଗ୍ରୀ ଆମଦାନୀରେ ସଂଗୃହିତ ୯୮୧ କୋଟି ଟଙ୍କା) ଅନ୍ତର୍ଭୁକ୍ତ । ମାର୍ଚ୍ଚ ପାଇଁ ରାଜସ୍ୱ ଗତ ବର୍ଷର ଅନୁରୂପ ମାସରେ ଜିଏସ୍ଟି ରାଜସ୍ୱଠାରୁ ୧୫ ପ୍ରତିଶତ ଅଧିକ ।
ଏହି ସମୟରେ, ଫେବୃଆରୀ ଶେଷ ସୁଦ୍ଧା ଭାରତୀୟ ବଜାରରେ ବିନିଯୋଗ ୮୯,୧୪୩ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ସହିତ ଅନ୍ୟାନ୍ୟ ପ୍ରତିକୂଳ କାରଣ ସତ୍ତ୍ୱେ ଭାରତୀୟ ବଜାରରେ ବିଦେଶୀ ନିବେଶକଙ୍କ ଆତ୍ମବିଶ୍ୱାସ ଅକ୍ଷୁର୍ଣ୍ଣ ରହିଛି। ଉଲ୍ଲେଖନୀୟ କଥା ହେଉଛି, ଜାନୁଆରୀ ଶେଷରେ ଏହି ସଂଖ୍ୟା ୮୭,୯୮୯ କୋଟି ଟଙ୍କା ଥିଲା।