ଗ୍ରାହକଙ୍କ ପାଇଁ ଏସବିଆଇ ଆରମ୍ଭ କଲା ଖାସ୍ ସେବା, ବିନା ଏଟିଏମରେ କାଢି ପାରିବେ ଟଙ୍କା
Khabar Odisha:Business-odisha-yono-cash-now-sbi-customers-can-get-money-from-atm-without-card
ନୂଆଦିଲ୍ଲୀ ,ମାର୍ଚ୍ଚ ୧୫ (ଖବର ଓଡିଶା ):

ଯଦି ଆପଣଙ୍କ ଆକାଉଣ୍ଟ ମଧ୍ୟ ଏସବିଆଇ ତେବେ ଏହି ଖବରକୁ ଆପଣ ନିଶ୍ଚୟ ପଢିବା ଉଚିତ୍। ଗତ ଅନେକ ବର୍ଷରେ ଡେବିଟ୍ କାର୍ଡ ଜରିଆରେ ଅର୍ଥ ହେରଫେର ମାମଲା ବଢିବା ପରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଖାସ୍ ସର୍ଭିସ ଆରମ୍ଭ କରିଛି। ଏସବିଆଇ ପକ୍ଷରୁ ଆରମ୍ଭ ହୋଇଥିବା ସୁବିଧାରେ ଆପଣ ବିନା ଏଟିଏମରେ ଟଙ୍କା କାଢି ପାରିବେ। ଏସବିଆଇ Yono Cash ନାମରେ ଏହି ସର୍ଭିସ ଆରମ୍ଭ କରିଛି। ଏହି ସେବା ମାଧ୍ୟମରେ ଗ୍ରାହକ ଏସବିଆଇ ଏଟିଏମରୁ ବିନା ଡେବିଟ୍ କାର୍ଡରେ ଅର୍ଥ କାଢି ପାରିବେ। ଏହି ବ୍ୟାଙ୍କର ସମଗ୍ର ଦେଶରେ ୧ ଲକ୍ଷ ୬୫ ହଜାର ଏଟିଏମ ରହିଛି। ମାତ୍ର ଏହି ସର୍ଭିସ ଏବେ କେବଳ ୧୬,୫୦୦ ଏଟିଏମରେ ଆରମ୍ଭ କରାଯାଇଛି।

ଏହି ସୁବିଧା ଆରମ୍ଭ କରିବା ସହିତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବିନା କାର୍ଡରେ ଟଙ୍କା କାଢିବା ସୁବିଧା ଦେଉଥିବା ଦେଶର ପ୍ରଥମ ବ୍ୟାଙ୍କ ହୋଇ ପାରିଛି। ଯଦି ଆପଣ ବିନା ଡେବିଟ୍ କାର୍ଡ ଅର୍ଥାତ ଏଟିଏମରେ ଟଙ୍କା କାଢିବାକୁ ଚାହୁଁଛନ୍ତି ତେବେ, ଏହି ପ୍ରକ୍ରିୟା ଅନୁସରଣ କରନ୍ତୁ।

ବିନା ଏଟିଏମରେ କେମିତି କାଢିବେ ଟଙ୍କା

-       ସର୍ବ ପ୍ରଥମେ ଏସବିଆଇ ଗ୍ରାହକ ନିଜର ମୋବାଇଲରେ ୟୋନ ଆପ୍ ଡାଉନଲୋଡ୍ କରନ୍ତୁ।

- ଏହି ଆପରେ କ୍ୟାସ୍ କାଢିବାର ବିକଳ୍ପ ଉପଲବ୍ଧ ରହିଛି।

- କ୍ୟାସ୍ ଟ୍ରାଞ୍ଜେକ୍ସନ ପାଇଁ ୬ ଡିଜିଟର ପିନ୍ ସେଟ୍ କରନ୍ତୁ।

- ଟ୍ରାଞ୍ଜେକ୍ସନ ପାଇଁ ଏସଏମଏସ ମାଧ୍ୟମରେ ୬ ଡିଜିଟର ରେଫରେନ୍ସ ନମ୍ବର ମଧ୍ୟ ଆପଣଙ୍କୁ ମିଳିବ।

- ଏହା ପରେ ଏଟିଏମକୁ ଯାଇ ୩୦ ମିନିଟ୍ ଭିତରେ ଟଙ୍କା କାଢି ପାରିବେ।

- ଏଟିଏମ ମେସିନରେ ୟୋନୋ କ୍ୟାସର ବିକଳ୍ପ ରହିବ।

- ଏଟିଏମରେ ୬ ଡିଜିଟର ପିନ ଓ ୬ ଡିଜିଟିର ରେଫରେନ୍ସ ନମ୍ବର ଦିଅନ୍ତୁ।

- ରେଫରେନ୍ସ ନମ୍ବର ଦେବା ମାତ୍ରେ ଏଟିଏମରୁ ଟଙ୍କା ବାହାରି ଆପଣଙ୍କ ହାତକୁ ଆସିଯିବ। 

  • Tags:

Subscribe

National International State Sports Entertainment