ଏଲଜିର ୫ଜି ସ୍ମାର୍ଟଫୋନର ଫାର୍ଷ୍ଟ ଲୁକ ଜାରି, ଏଥିରେ ରହିବ ଡବଲ ସ୍କ୍ରିନ
Khabar Odisha:Business-mobile-LG-to-launch-5G-smartphone-v60-in-IFA-2019--in-September

ସିଓଲ, ଅଗଷ୍ଟ ୧୪ (ଖବର ଓଡ଼ିଶା): ଦକ୍ଷିଣ କୋରିଆର ମଲ୍ଟିନ୍ୟାସନାଲ ଇଲେକ୍ଟ୍ରୋନିକ୍ସ କଂପାନୀ ‘ଲାଇଫ୍ସ ଗୁଡ (ଏଲଜି)’ ସୋମାବାର ନିଜର ଅନ୍ୟ ଏକ ୫ଜି ଫୋନ ଲୁକ ଜାରି କରିଛି । କଂପାନୀ ପକ୍ଷରୁ ଏହାକୁ ଭିଡିଓ ମାଧ୍ୟମରେ ଜାରି କରାଯାଇଛିି, ଯେଉଁଥିରେ ୨ଟି ସ୍କ୍ରିନ ରହିଛି । ସମ୍ଭବତଃ କଂପାନୀର ଏହି ନୂତନ ଉତ୍ପାଦକ ସେପ୍ଟେମ୍ବରରେ ବଜାରକୁ ଆସିବ । ଏଲଜି ଏହି ସ୍ମାର୍ଟଫୋନକୁ ଥିନକ୍ୟୁ ବି-୫୦ ଲଞ୍ଚ କରିବାର ୪ ମାସ ପରେ ସେପ୍ଟେମ୍ବର ୬ରେ ବର୍ଲିନରେ ଆଇଏଫଏରେ ଲଞ୍ଚ କରିବାର ଯୋଜନା ପ୍ରସ୍ତୁତ କରିଛି । ଆଇଏଫଏ ୨୦୧୯ ଉଇରୋପର ସବୁଠାରୁ ବଡ଼ ଟ୍ୟାକ ଶୋ । 

ଗଣମାଧ୍ୟମ ସଂସ୍ଥା ୟୋନହାପ ନ୍ୟୁଜ ରିପୋର୍ଟ ଅନୁସାରେ କଂପାନୀ ୧୫ ସେକେଣ୍ଟ ଭିଡିଓ ଜାରି କରିଛି, ଯାହାର ଶୀର୍ଷକ ରହିଛି ‘ୟୁଉଲ ଦ ବେଟର’ । ଏଥିରେ ୨ଟି ସ୍କ୍ରିନ ଥିବା ସ୍ମାର୍ଟଫୋନ ଦେଖାଯାଇଛି । କୋରିଆର ସ୍ମାର୍ଟଫୋନ ନିର୍ମାତା କହିଛି, ନୂତନ ଫୋନରେ ‘ଫ୍ରି ଷ୍ଟପ ହିଙ୍ଗ’ ଟେକ୍ନୋଲୋଜୀର ପ୍ରୟୋଗ କରାଯାଇଛି, ଯାହାକି ସେକେଣ୍ଡ ସ୍କ୍ରିନକୁ କୌଣସି ସ୍ଥିିରେ ବି ଦେଖାଯାଇ ପାରିବ । 

ଏହି୫ଜି ସ୍ମାର୍ଟଫୋନର ନାମ ଭି୬୦ ହୋଇପାରେ, ଯେଉଁଥିରେ ସାମସଙ୍ଗର ଗ୍ୟାଲେକ୍ସ ନୋଟ ଭଳି ଫିଚର ରହିଛି । ସାମସଙ୍ଗର ଗ୍ୟାଲେକ୍ସ ନୋଟ ୧୦ ଅଗଷ୍ଟ ୧୦ରେ ଲଞ୍ଚ ହୋଇଛି ଏବଂ ଗ୍ୟାଲେକ୍ସି ଫୋଲ୍ଡ ସେପ୍ଟେମ୍ବରରେ ଲଞ୍ଚ ହେବାର କାର୍ଯ୍ୟକ୍ରମ ରହିଛି । ଯୁବପୀଢ଼ିଙ୍କ ପାଇଁ ଏହି ନୂତନ ସଂସ୍କରଣର ସ୍ମାର୍ଟଫୋନ ଗ୍ରହଣୀୟ ହେବ ବୋଲି ଅନୁମାନ କରାଯାଉଛି । 

 

 

  • Tags:

Subscribe

National International State Sports Entertainment