କେନ୍ଦ୍ର ସରକାରଙ୍କ ଏହି ଯୋଜନାରୁ ଘରେ ବସି ରୋଜଗାର କରିପାରିବେ ୩୦ ହଜାର ଟଙ୍କା
Khabar Odisha:Business-medicine-You-can-earn-30-thousand-per-month-by-Jan-Aushadhi-Kendra-plan

ନୂଆଦିଲ୍ଲୀ, ମାର୍ଚ୍ଚ ୦୮ (ଖବର ଓଡ଼ିଶା): ଆପଣ ଯଦି ଚାକିରୀ ବଦଳରେ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ମୋଦୀ ସରକାର ଆପଣଙ୍କ ଲାଗି ଭଲ ସୁଯୋଗ ଆଣିଦେଇଛନ୍ତି।  ଜଣେ ବ୍ୟକ୍ତି ଘରେ ବସି ମାସକୁ ୩୦ ହଜାର ଟଙ୍କା ରୋଜଗାର କରିପାରିବ। ସରକାର ଏଥି ପାଇଁ ୨.୫ ଲକ୍ଷ ଟଙ୍କା ଅନୁଦାନ ମଧ୍ୟ ଦେବେ। ଜନ ଔଷଧି କେନ୍ଦ୍ର ପରିଚାଳନା କରିବା ଲାଗି ଆପଣଙ୍କୁ ଔଷଧର ଅତିକମରେ ବିକ୍ରି ରାଶି ଉପରେ ଟ୍ୟାକ୍ସ ବ୍ୟତୀତ ୨୦ ପ୍ରତିଶତ ଲାଭ ଦିଆଯିବ। ସବୁଠାରୁ ବଡ଼ କଥା ହେଲା ଯେ, ଜନ ଔଷଧି କେନ୍ଦ୍ର ଲାଗି ସରକାର ପ୍ରେତ୍ସାହନ ରାଶି ଦେଉଛନ୍ତି। ଏହି ରାଶି ମାସିକ ବିକ୍ରିର ୧୫ ପ୍ରତିଶତ ଦର ଭାବରେ ମିଳିବ ଏବଂ ଅତିକମରେ ଆପଣଙ୍କୁ ୧୦ ହଜାର ଟଙ୍କା ମାସକୁ ମିଳିବ।  

ସରକାର ଯୋଜନା କରିଛନ୍ତି ଯେ, ୨୦୨୦ ଯାଏଁ ଦେଶରେ ୨୫୦୦ ଆହୁରି ଅନେକ ଗୁଡ଼ିଏ ଜନ ଔଷଧି କେନ୍ଦ୍ର ଖୋଲାଯିବ। ଏ ସଂପର୍କରେ ସରକାର ବୁଧବାର ସୂଚନା ଦେଇଛନ୍ତି। ଏବେ ଦେଶବ୍ୟାପୀ ଶସ୍ତା ଔଷଧର ୫୦୦୦ରୁ ଅଧିକ ଦୋକାନ ପରିଚାଳିତ ହେଉଛି। ମୋଦୀ ସରକାର ପ୍ରତି ବ୍ଲକରେ ଶସ୍ତା ଔଷଧ ଦେକାନ ଅତି କମରେ ଗୋଟିଏ ଖୋଲିବାକୁ ଯୋଜନା ରଖିଛନ୍ତି। ଏହି ଦୋକାନ ଗୁଡ଼ିକରେ କମ ଟଙ୍କାରେ ଭଲ ଔଷଧ ଲୋକଙ୍କୁ ଯୋଗାଇ ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। 

କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ମନସୁଖ ଏଲ ମାଣ୍ଡବିଆ ଗଣମାଧ୍ୟମକୁ କହିଛନ୍ତି, ପୁରା ଦେଶରେ ‘ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ଯୋଜନା’ରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୫୦୦୦ରୁ ଅଧିକ ଖୋଲାଯାଇଛି। ବର୍ଷ ୨୦୨୦ ଯାଏଁ ଦେଶବ୍ୟାପୀ ଆହୁରି ୨୫୦୦ ଦୋକାନ ଖୋଲାଯିବାକୁ ଯୋଜନା କରାଯାଇଛି। ମଣ୍ଡାବିଆ କହିଛନ୍ତି, ଲୋକଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜନ ଔଷଧି କେନ୍ଦ୍ର ଗୁଡ଼ିକ ଖୋଲାଯାଉଛି। 

  • Tags:

Subscribe

National International State Sports Entertainment