୧୦ ଲକ୍ଷ ଛାତ୍ରଛାତ୍ରୀଙ୍କୁ ତାଲିମ ଦେବ ଆଇବିଏମ
Khabar Odisha:Business-ibm-IBM-will-train-10-lakh-students-in-next-3-years

ନୂଆଦିଲ୍ଲୀ, ମାର୍ଚ୍ଚ ୧୨ (ଖବର ଓଡ଼ିଶା): ସୂଚନା ପ୍ରଦ୍ୟୋଗିକୀ କ୍ଷେତ୍ରରେ କାର୍ଯ୍ୟରତ କମ୍ପାନୀ ‘ଆଇବିଏମ’ ସୋମବାର କହିଛି, ଆଗାମୀ ୩ ବର୍ଷ ମଧ୍ୟରେ ୧୦ ଲକ୍ଷ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବ । ତାଲିମ ସମୟରେ ବିଜ୍ଞାନ ପ୍ରଦ୍ୟୋଗିକୀ, ଇଂଞ୍ଜିନିୟରିଂ ଏବଂ ଗଣିତ (ଏସଟିଇଏମ) ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିବ । ଏଥିପାଇଁ କମ୍ପାନୀ କେନ୍ଦ୍ର ସରକାର ଏବଂ ରାଜ୍ୟସରକାର ମାନଙ୍କ ସହିତ ବୁଝାମଣା କରିବ । ଆଇବିଏମ ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗିନ୍ନୀ ରୋମେଟୀ କମ୍ପାନୀର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହି ସୂଚନା ଦେଇଛନ୍ତି ।  

ଗିନ୍ନୀ କହିଛନ୍ତି, ଆପଣଙ୍କ କାର୍ଯ୍ୟାବଳୀରେ ଅଧିକ ମହିଳାଙ୍କ ଆବଶ୍ୟକତା ରହିଛି । ଆମେ ଆଗାମୀ ୩ ବର୍ଷ ମଧ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ୨ ଲକ୍ଷ ଛାତ୍ରୀଙ୍କୁ ଏସଟିଇଏମ ଲାଗି ପ୍ରସ୍ତୁତ କରୁଛୁ । ସେ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ ପ୍ରଦ୍ୟେଗିକୀ ତାଲିମ ଅଧିବେଶନ ଆୟାଜିତ କରିବା ଲାଗି ନାହିଁ ବରଂ ଗମ୍ଭୀର ବିଚାର, ଜୀବନ କୌଶଳ ସହିତ ଅନ୍ୟ ଜିନିଷ ଲାଗି ହେବ । 

କଂପାନୀ ଅଧିକାରୀ କହିଛନ୍ତି ଆଗାମୀ ୩ ବର୍ଷ ମଧ୍ୟରେ ସରକାର ସ୍କୁଲରେ କମ୍ପାନୀ ୭ ରାଜ୍ୟ ସରକାର ସହିତ ୨ ଲକ୍ଷ ଛାତ୍ରୀ ଏବଂ ମହିଳାଙ୍କୁ ତାଲିମ ଦେବା ଲାଗି ବୁଝାମଣା କରିବ । ଏଭଳି ଭାବରେ ରୋଜଗାର ସୃଷ୍ଟି କରିବାକୁ ଉଦ୍ୟମ ରଖିଛନ୍ତି । 

 

  • Tags:

Subscribe

National International State Sports Entertainment