ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେଜ ସେଲ: ଗ୍ରାହକଙ୍କୁ ମିଳିବ ୭୦ ପ୍ରତିଶତ ରିହାତି
Khabar Odisha:Business-e-commerce-Get-upto-70-percent-discount-in-flipkart--big-saving-days

ନୂଆଦିଲ୍ଲୀ, ଅଗଷ୍ଟ ୦୪ (ଖବର ଓଡ଼ିଶା): ଇ-କମର୍ସ କଂପାନୀ ଫ୍ଲିପକାର୍ଟ ନିକଟରେ ବିଗ ସେଭିଙ୍ଗ ଡେଜ୍ ଘୋଷଣା କରିଥିଲା । ଏହି ଇ-କମର୍ସ ପ୍ଲାଟଫର୍ମ ଅଗଷ୍ଟ ୬ ତାରିଖ ଠାରୁ ବିଗ ସେଭିଙ୍ଗ ଡେ ସେଲ ପ୍ରସ୍ତୁତ କରିଛି । ଆମାଜନରେ ଅଗଷ୍ଟ ୬ରୁ ୭ ପର୍ଯ୍ୟନ୍ତ ପ୍ରାଇମ ଡେ ସେଲ ହେବାକୁ ଯାଉଛି । ଫ୍ଲପକାର୍ଟରେ ସେଲ ସମୟରେ ଜିନିଷ ବଡ଼ ରେଞ୍ଜ ଉପରେ ଭଲ ରିହାତି ମିଳିବ । ଏହା ବ୍ୟତୀତ ସିଟି ବ୍ୟାଙ୍କ ଓ ଆଇସିଆଇସି କ୍ରେଡିଟ କାର୍ଡରେ ମଧ୍ୟ ଗ୍ରାହକଙ୍କୁ ୧୦ ପ୍ରତିଶତ ଇନଷ୍ଟେଟ ଡିସକାଉଣ୍ଟ ମିଳିବ । 

ସେଲରେ ଅପୋ ରେନୋ୨ର ୬ଜିବି+୨୫୬ ଭେରିଆଣ୍ଟ ୧୭,୯୦୦ ଟଙ୍କାରେ ମିଳିବ । ଏହି ଫୋନର ମୂଳ ମୂଲ୍ୟ ୨୮,୯୦୦ ଟଙ୍କା । ସେହିଭଳି ରିଏଲାମ ଏକ୍ସ୨କୁ ୨୮,୯୯୯ ଓ ଅପୋ ଏଫ୧୧କୁ ୧୪,୯୯୦ରେ କିଣାଯାଇପାରିବ । ସେଲରେ ଟିଭି ମଧ୍ୟ ୭୦ ପ୍ରତିଶତ ରିହାତି ମୂଲ୍ୟରେ କିଣାଯାଇପାରିବ । ସେଲରେ ୬୯୯ ଟଙ୍କା ଇଏମଆଇରେ ୱାସିଂ ମେସିନ କିଣାଯାଇପାରିବ । ସେହିଭଳି ୧୬,୪୯୯ଟଙ୍କା ଆରମ୍ଭରେ ଏସି କିଣାଯାଇପାରିବ । କମ୍ପାନୀ ତରଫରୁ କୁହାଯାଇଛି ଯେ, ଲାପଟପ ଓ ହୋମ ସ୍ପିକର ଉପରେ ୬୦ ପ୍ରତିଶତ ରିହାତି ସୁବିଧା ଅଛି । 

 

  • Tags:

Subscribe

National International State Sports Entertainment