ଅମୁଲ କ୍ଷୀର କିଣିବା ମୂଲ୍ୟ ବଢ଼ାଇଲା, ୭ ଲକ୍ଷ ପଶୁପାଳକ-ଗୋପାଳକଙ୍କୁ ମିଳିବ ଲାଭ
Khabar Odisha:Business-dairy-Amul-hikes-milk-procurement-prices-7-lakh-cattle-breeders-benefit

ଅହମଦାବାଦ, ମଇ ୧୫ (ଖବର ଓଡ଼ିଶା): ଅମୁଲ ଡାଏରୀ କ୍ଷୀର କିଣିବା ମୂଲ୍ୟ ବଢ଼ାଇ ଦେଇଛି। ଅମୁଲ ମହିଷି କ୍ଷୀର ଏକ କିଲୋ ବସା (ଫ୍ୟାଟ)ର ମୂଲ୍ୟ ୧୦ ଟଙ୍କା ବଢ଼ାଇ ଦେଇଛି। ସେହିଭଳି ଗାଈ କ୍ଷୀର କିଲୋ ବସାର ମୂଲ୍ୟ ୪.୫ ଟଙ୍କା ବଢ଼ାଇ ଦେଇଛି। କଂପାନୀ କହିବା ଅନୁସାରେ କ୍ଷୀର ଦର ବୃଦ୍ଧି ଯୋଗୁଁ ୭ ଲକ୍ଷ ପଶୁପାଳକ ଓ ଗୋପାଳକଙ୍କୁ ଲାଭ ମିିଳିବ। ବର୍ଦ୍ଧିତ ଦର ମେ’ ମାସ ୧୧ରେ ମିଳିବ। 

ଗୁଜୁରାଟ କୋ-ଅପରେଟିଭ ମିଲ୍କ ମାର୍କେଟିଂ ଫେଡେରେଶନ (ଜିସିଏମଏମଏଫ) ଅମୁଲର ନାମରୁ ଡାଏରୀ ଉତ୍ପାଦନ ବ୍ୟବସାୟ କରିଥାଏ। ଫେଡେରେଶନ ଆର୍ଥିକ ବର୍ଷ ୨୦୧୯-୨୦ରେ ବ୍ୟବସାୟ ୨୦ ପ୍ରତିଶତ ବଢ଼ାଇ ୪୦,୦୦୦ କୋଟି ଟଙ୍କାରେ ପହଂଚାଇବାକୁ ଲକ୍ଷ୍ୟ ରଖିଛି। ଗତ ଆର୍ଥିକ ବର୍ଷରେ ଜିସିଏମଏମଏଫ ୧୩ ପ୍ରତିଶତ ବ୍ୟବସାୟ ବଢ଼ାଇ ୩୩,୧୫୦ କୋଟି ଟଙ୍କା ପହଂଚାଇ ପାରିଥିଲା। 

ଫେଡେରେଶନ କ୍ରମାଗତ ଭାବେ ଭଲ ବ୍ୟବସାୟ କରୁଛି। ଫେଡେରେଶନର ଦାବି ଯେ, ଚାଷୀଙ୍କୁ ଅଧିକ ଦର ଦେବା ପରେ ବି କମ୍ପାନୀର ରାଜସ୍ୱ ଉପରେ କୌରସି ପ୍ରଭାବ ପଡୁନାହିଁ। ଗୁଜୁରାଟର ୧୮,୭୦୦ ଗାଁରେ ଅମୁଲ ଫେଡେରେଶନର ୧୮ ସଂସଦୀୟ ୟୁନିୟନରେ ୩୬ ଲକ୍ଷରୁ ଅଧିକ ଚାଷୀ ଜଡ଼ିତ ଅଛନ୍ତି। ଚାଷୀମାନେ ଦିନକୁ ହାରାହାରି ୨୩୦ ଲକ୍ଷ ଲିଟର ଦୁଧ ଉତ୍ପାଦନ କରୁଛନ୍ତି। 

 

  • Tags:

Subscribe

National International State Sports Entertainment