ଏଣିକି କାର୍‌ ହେବ ଅଧିକ ସୁରକ୍ଷିତ, ଲାଗିବ ଅନେକ ସୁରକ୍ଷା ସଂପର୍କୀତ ଫିଚର୍ସ
Khabar Odisha:Business-automobiles-These-safety-features-will-be-mandatory-on-new-cars-starting-2019-in-India

ନୂଆଦିଲ୍ଲୀ, ମାର୍ଚ୍ଚ ୧୦ (ଖବର ଓଡ଼ିଶା): ଆଗାମୀ ଦିନରେ ଉତ୍ପାଦିତ ହେବାକୁ ଥିବା କାର୍‌ ଗୁଡ଼ିକରେ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। କାର୍‌ ଗୁଡ଼ିକରେ ଆଣ୍ଟି ବ୍ରେକିଙ୍ଗ ସିଷ୍ଟମ (ଏବିଏସ୍‌) ଟେକ୍ନୋଲୋଜୀ ବ୍ୟବହୃତ ହେବ। ଏହା ନୂତନ ଜ୍ଞାନକୌଶଳର ବ୍ୟବହାର ହେବାପରେ କାର୍‌ ଦୁର୍ଘଟଣା ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ଏବେଠାରୁ ଅନୁମାନ କରୁଛନ୍ତି। 

ସଡ଼କରେ ଇଣ୍ଟେଲିଜେଣ୍ଟ ଟ୍ରାଫିକ୍‌ ସିଷ୍ଟମ ଲାଗିବା ପରେ ସରକାର ଆପଣଙ୍କ ଗାଡ଼ିକୁ ଇଣ୍ଟେଲିଜେଣ୍ଟ ଏବଂ ଅଧିକ ସୁରକ୍ଷିତ କରିବାକୁ ଉଦ୍ୟମ କରୁଛନ୍ତି। ସରକାରୀ ସୂତ୍ରରୁ ଜାତୀୟ ଗଣମାଧ୍ୟମକୁ ମିଳିଥିବା ତଥ୍ୟ ଅନୁସାରେ ବର୍ଷ ୨୦୧୭ରେ ସଡ଼କ ଦୁର୍ଘଟଣାରେ ୨୬,୮୬୯ କାର୍‌ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏହାକୁ ଦୃଷ୍ଟିରେ ରଖି ବିଗତ କିଛି ବର୍ଷରେ ସଡ଼କ ପରିବହନ ମନ୍ତ୍ରାଳୟ ଏୟାର ବ୍ୟାଗ୍‌ ଭଳି ସୁରକ୍ଷିତ ଫିଚର୍ସ ବାଧ୍ୟତାମୂଳକ ଭାବରେ ନିର୍ମାଣ କରିବାକୁ ପଦକ୍ଷେପ ନେଇଛନ୍ତି। ଏହି ଦୃଷ୍ଟିରୁ ୨୦୧୯ ଦେଶ ପାଇଁ ‘ସେଫ ହୁଇଲ ଇୟର’ ଅର୍ଥାତ ସୁରକ୍ଷିତ ଗାଡ଼ିର ବର୍ଷ ହେବ। କାରଣ ଏହି ବର୍ଷ କାରରେ ଅନେକ ଫିଚର୍ସ ଲାଗିବ। 

ସୂଚନାଯୋଗ୍ୟ ସେଫ୍ଟି ଫିଚର୍ସ- ସିଟ ବେଲ୍ଟ ଆଲର୍ଟ, ରିଭର୍ସ ପାର୍କିଂ ସେନସର ଏବଂ ସ୍ପିଡ ଆଲର୍ଟ ଭଳି ଫିଚର୍ସ ଆଗାମୀ ଦିନରେ କାର୍‌ରେ ଲାଗିବା ବାଧ୍ୟତାମୂଳକ ହେବ। ଏହା ବ୍ୟତୀତ ସମସ୍ତ କାରକୁ ଫ୍ରଣ୍ଟ, ସାଇଡ ଏବଂ ଲେଟ୍ରାଲ କ୍ୟାଶ ଟେଷ୍ଟ ପାସ କରିବାକୁ ପଡିବ। ସଡ଼କରେ ଗାଡ଼ିକୁ ଓହ୍ଲାଇବା ପୂର୍ବରୁ ଦେଶୀ ଏବଂ ବିଦେଶୀ କମ୍ପାନୀକୁ ପରୀକ୍ଷା କରିବାକୁ ପଡିବ। 

  • Tags:

Subscribe

National International State Sports Entertainment