ଗାଡ଼ି କିଣିବାକୁ ଆସିଛି ସୁବର୍ଣ୍ଣ ସୁଯୋଗ, ଏହି କାର୍‌ କିଣିଲେ ପାଇବେ ୨ ଲକ୍ଷ ଟଙ୍କା ରିହାତି
Khabar Odisha:Business-automobiles-Maruti-Suzuki-Hyundai-Honda-Mahindra-and-Toyota-discout-offers

ନୂଆଦିଲ୍ଲୀ, ମାର୍ଚ୍ଚ ୦୯ (ଖବର ଓଡ଼ିଶା): ଯଦି ଆପଣ ଗାଡ଼ି କିଣିବାକୁ ଯୋଜନା କରିଛନ୍ତି, ତା’ହେଲେ ଭଲ ସମୟ ଆସିଛି। ମାର୍ଚ୍ଚ ୩୧ ପରେ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଯିବ। କାର୍‌ କମ୍ପାନୀ ଡିଲରଶିପ୍‌ ନୂଆ ଗାଡ଼ି କାଣିବା ଉପରେ ବମ୍ପର ରିହାତି ସୁବିଧା ଦେଉଛନ୍ତି। ଭିନ୍ନ ଭିନ୍ନ ମଡେଲରେ ଏହି ରିହାତି ସୁବିଧା ମିଳିବ। ମାରୁତି ପକ୍ଷରୁ ଇଗ୍ନିସ, ଅଲଟୋ, ସୁଇଫ୍ଟ ଏବଂ ୨୦୧୮ ସିଆଜରେ ରିହାତି ବ୍ୟବସ୍ଥା ଅଛି। ହୁଣ୍ଡାଇ ଗ୍ରାଣ୍ଡ ଆଇ୧୦ ଏବଂ ଏକ୍ସସେଣ୍ଟରେ ଅଫର ରହିଛି। ସେହିଭଳି ଟାଟା ଏବଂ ଟୟୋଟା କାରରେ କିଣିଲେ ମଧ୍ୟ ରିହାତି ମିଳିବ। 

ମାରୁତି ସୁଜୁକି

ମାରୁତି କାର କିଣିଲେ ଆପଣଙ୍କୁ ଦେଢ ଲକ୍ଷ ଟଙ୍କା ଯାଏଁ ସଂଚୟ କରିପାରିବେ। କାର ଡିଲରଶିପ ବର୍ଷ ୨୦୧୮ରେ ନିର୍ମିତ କାର ଷ୍ଟକ ଶେଷ କରିବାକୁ ଏହି ରିହାତି ବ୍ୟବସ୍ଥା କରିଛନ୍ତି। ଏହି ଅଫର ଯୋଗୁଁ ଇଗ୍ନିସରେ ୧.୧୦ ଲକ୍ଷ ଟଙ୍କା ଯାଏଁ ରିହାତି ମିଳିପାରିବ। ଡିଜାୟରରେ ମଧ୍ୟ ଦେଢ଼ ଲକ୍ଷ ଟଙ୍କା ରିହାତି ଓ ସିୟାଜ ଉପରେ ୧ ଲକ୍ଷ ଟଙ୍କା ରିହାତି ମିଳିବ। 

ହୁଣ୍ଡାଇ

ହୁଣ୍ଡାଇ କାର କିଣିବା ଉପରେ ଗ୍ରାହକଙ୍କୁ ୯୦ ହଜାର ଲକ୍ଷ ଟଙ୍କା ଲାଭ ହେବ। ଏକ୍ସସେଣ୍ଟ କାର କିଣିଲେ ୪୦ ହଜାର ଟଙ୍କା ରିହାତି ମିଳିବ। ସେହିଭଳି ୪୫ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ ମିଳିବ। ଯଦି ଆପଣ ସରକାରୀ କର୍ମଚାରୀ ଅଟନ୍ତି, ତା’ହେଲେ ୫ ହଜାର ଟଙ୍କା ଅତିରିକ୍ତ ରିହାତି ପାଇ ପାରିବେ। 

ହୋଣ୍ଡା

ହୋଣ୍ଡା କାର ବର୍ତ୍ତମାନ କୌଣସି ରିହାତି ଦେଉନାହିଁ କିନ୍ତୁ ଏକ୍ସଚେଞ୍ଜ ବୋନସ ୫୦ ହଜାର ଟଙ୍କା ଯାଏଁ ମିଳିପାରିବ। ଏହି ରିହାତି ହୋଣ୍ଡା ବିଆର-ଭି, ଆମାଜେରେ ୨୫ ହଜାର ଟଙ୍କା ଯାଏଁ ବୋନସ୍‌ ବ୍ୟବସ୍ଥା ଅଛି। 

ଟୟୋଟା

ଟୟୋଟା ୟାରିସ ଉପରେ ସର୍ବାଧିକ ୨ ଲକ୍ଷ ଟଙ୍କାର ରିହାତି ମିଳିବ। ଡିଲର ୧.୪୫ ଲକ୍ଷ ଟଙ୍କା ଫ୍ଲାଟ କ୍ୟାସ ରିହାତି ସହିତ ୨୦ ହଜାର ଟଙ୍କା ଏକ୍ସଚେଞ୍ଜ ବୋନସ ଦେଉଛି। 

  • Tags:

Subscribe

National International State Sports Entertainment