ଏସ୍‌ବିଆଇ ୟୋନୋ ଦେଉଛି ବମ୍ପର ଅଫର, ୪ ଦିନ ଯାଏଁ କରନ୍ତୁ ଶପିଂ
Khabar Odisha:Business-State-Bank-of-India-yono-cashback-offer-4-to-7-March-special-discount

ନୂଆଦିଲ୍ଲୀ, ମାର୍ଚ୍ଚ ୦୩ (ଖବର ଓଡ଼ିଶା): ହୋଲି ପୂର୍ବରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ଲାଗି ବଡ଼ ଅଫର ଆଣିଛି । ଏସ୍‌ବିଆଇ ପୁଣି ଥରେ ୟୋନୋ ଆପରୁ ଶପିଂ କରିବା ଉପରେ କ୍ୟାଶବ୍ୟାକର ଘୋଷଣା କରିଛି । କିନ୍ତୁ ଏଥି ପାଇଁ କିଛି ନିୟମ ଓ ଶର୍ତ୍ତ ମଧ୍ୟ ରଖାଯାଇଛି । ଏସବିଆଇର ଏହି ଅଫର ବଜାରରେ ଭଲ ଚାହିଦା ଦେଖାଯାଉଥିବା ଦିଆଯାଇଛି । ଅଫର ଗୁରୁବାର ଠାରୁ ଆରମ୍ଭ ହେବ । 

ଏସବିଆଇ ଟୁଇଟ ଜରିଆରେ ସୂଚନା ଦେଇଛି ଯେ, ମାର୍ଚ୍ଚ ୪ରୁ ୭ ପର୍ଯ୍ୟନ୍ତ ଏହାର ସ୍ୱତନ୍ତ୍ର ଅଫର ଚାଲିବ । ଏହି ସମୟରେ ୟୋନୋ ଆପ୍‌ରୁ ପେମେଣ୍ଟ କରିବା ନେଇ ବମ୍ପର ରିହାତି ମିଳିବ । ଏସବିଆଇ କହିଛି ଯେ, କ୍ୟାଶବ୍ୟାକ ପାଇବା ଲାଗି ଗ୍ରାହକଙ୍କୁ ନିର୍ଦ୍ଧାରଣ ନିୟମ ଏବଂ ଶର୍ତ୍ତ ପାଳନ କରିବାକୁ ହେବ । ଗତ କିଛି ମାସ ହେବ ପ୍ରତ୍ୟେକ ମାସରେ ଏସବିଆଇ ଏଭଳି ସ୍ୱତନ୍ତ୍ର ଅଫର ବାହାର କରିବ । 

ଏସବିଆଇର କ୍ୟାଶବ୍ୟାକ ଅଫରର ଅନେକ ନାମୀ-ଦାମୀ ବ୍ରାଣ୍ଡରୁ ମିଳିବ । ଆମାଜନ, ଆପଲୋ, ଇଏମଟି, ୟୋନୋ, ରେମଣ୍ଡ ଓ ବେଦାନ୍ତୁର ପେମେଣ୍ଟ ଏସବିଆଇ ୟୋନୋ ଆପରୁ କରିବା ଦ୍ୱାରା ଆପଣଙ୍କର ଟଙ୍କା ମଧ୍ୟ ବଂଚିବ । ଆଜିକାଲି ଏଭଳି ଅନଲାଇନ ଶପିଂ ଅଧିକ ପ୍ରଚଳିତ ହୋଇପାରିଛି । 

 

  • Tags:

Subscribe

National International State Sports Entertainment