ଶସ୍ତା ହେବ ଋଣ, ହେବ ଘୋଷଣା!
Khabar Odisha:Business-RBI-Loan-SBI-research-report-hints-reduction-in-repo-rate-by-0-25-percent

ନୂଆଦିଲ୍ଲୀ, ଫେବୃୟାରୀ ୦୫ (ଖବର ଓଡ଼ିଶା): ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୁଦ୍ରାସ୍ଫିତିକୁ ଦୃଷ୍ଟିରେ ଦେଖି ନୀତିଗତ ଦରରେ ୦.୨୫ ପ୍ରତଶତ ଯାଏଁ ହ୍ରାସ କରିପାରେ । ଭାରତୀୟ ଷ୍ଟେଟ ବ୍ୟାଙ୍କ ରସିର୍ଚ୍ଚ ସୋମବାର ଏହା କହିଛି । ଆରବିଆଇ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ୬ ସଦସୀୟ ମୌଦ୍ରିକ ନୀତି ସମିତିର ୩ ଦିବସୀୟ ବୈଠକ ମଙ୍ଗଳବାର ଆରମ୍ଭ ହେବ । ବୈଠକ ପରେ ଦର ନିର୍ଦ୍ଧାରଣ ସଂପର୍କରେ ଫେବୃୟାରୀ ୭ରେ ଘୋଷଣା ହେବ । 

ଏସବିଆଇ ଇକୋରେପ ପକ୍ଷରୁ କୁହାଯାଉଛି, ରିଜର୍ଭ ବ୍ୟାଙ୍କ ଫେବୃୟାରୀରେ ନିଜର ନିୟମ ପରିବର୍ତ୍ତନ କରିପାରେ । ମାତ୍ର ଦର ବୃଦ୍ଧି କରିବା ସମ୍ଭାବନା କମ ରହିଛି । ଦରରେ ପ୍ରଥମ ହ୍ରାସ ୨୦୧୯ ଏପ୍ରିଲରେ କରାଯାଇପାରେ । ଯଦି ବ୍ୟାଙ୍କ ଫେବୃୟାରୀ ୭ରେ ଦରରେ ୦.୨୫ ପ୍ରତିଶତ ହ୍ରାସ କରିଥାଏ, ତା’ହେଲେ ଗ୍ରାହକଙ୍କୁ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । 

ରିଜର୍ଭ ବ୍ୟାଙ୍କର ନୀତିଗତ ଦର (ରେପୋ) ଏବେ ୬.୫୦ ପ୍ରତିଶତ ରହିଛି । ରିଜର୍ଭ ବ୍ୟାଙ୍କ ୨୦୧୮ ଅଗଷ୍ଟ ୧ରେ ରେପୋ ରେଟ ୦.୨୫ ପ୍ରତିଶତ ବଢ଼ାଇ ୬.୫୦ ପ୍ରତିଶତ କରିଥିଲା । ଏହି ଦର ଉପରେ ବ୍ୟାଙ୍କଗୁଡ଼ିକୁ ଗୋଟିଏ ଦିନ ପାଇଁ ଉଧାର ଦେଇଥାଏ । ଏହାକୁ ବଢ଼ାଇଲେ ଋଣ ମହଙ୍ଗା ହୋଇଥାଏ । ରିପୋର୍ଟରେ କୁହାଯାଇଛି ଯେ, ଏଥିରେ କିଛି କାରଣ ରହିଛି, ଯାହାକୁ ଦେଖି ଅନୁମାନ କରାଯାଇ ପାରିବେ ଯେ, ଆରବିଆଇ ହ୍ରାସ କରିପାରେ । 

ଦ୍ୱିତୀୟତଃ ଜାନୁଆରୀରେ ଋଣ ବୃଦ୍ଧିରେ ଦ୍ୱିତୀୟ ପକ୍ଷରେ ହ୍ରାସ ଘଟିଛି । କେନ୍ଦ୍ରୀୟ ବ୍ୟାଙ୍କ ଗତ ୩ ମୌଦିକ ସମିତି ବୈଠକରେ ନୀତିଗତ ଦରକୁ ଅପରିବର୍ତ୍ତିତ ରଖିଥିଲା । ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ୨ ଥର ୦.୨୫-୦.୨୫ ପ୍ରତିଶତ ବୃଦ୍ଧି କରାଯାଇଥିଲା । 

 

  • Tags:

Subscribe

National International State Sports Entertainment