ନୂଆଦିଲ୍ଲୀ, ମାର୍ଚ୍ଚ ୩୧ (ଖବର ଓଡ଼ିଶା): ପଂଜାବ ନ୍ୟାସନାଲ ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ବଡ଼ ଲାଭ ପହଞ୍ଚାଇବାକୁ ଉଦ୍ୟମ କରିଛି। ଯଦି ଜଣେ ଗ୍ରାହକ ପିଏନବିରୁ ଏହି ଲାଭ ଉଠାଇବାକୁ ଚାହୁଁଛନ୍ତି ତା’ହେଲେ ତେବେ ଚିନ୍ତା କରନ୍ତୁ ନାହିଁ। ବ୍ୟାଙ୍କ ନିଜର ଗ୍ରାହକଙ୍କୁ ସହଜରେ ୮ ଲକ୍ଷ ଟଙ୍କାର ସୁବିଧା ଦେଉଛି। ଯଦି ଆପଣଙ୍କୁ ଟଙ୍କା ଦରକାର ତା’ହେଲେ ବ୍ୟାଙ୍କ ସହିତ ଯୋଗାଯୋଗ କରିପାରିବେ। ତେବେ ବ୍ୟାଙ୍କର ଏହି ଯେଜାନାରୁ ଗ୍ରାହକ କେମିତି ଲାଭ ଉଠାଇବେ ଜାଣନ୍ତୁ।
ପିଏନବି ନିଜର ଗ୍ରାହକଙ୍କୁ ଇନ୍ଷ୍ଟା ଲୋନ ଜରିଆରେ ୮ ଲକ୍ଷ ଟଙ୍କା ଦେବାକୁ ଚାହୁଁଛି। ଯଦି କୌଣସି ଗ୍ରାହକ ଏହି ଯୋଜନା ଅନୁସାରେ ବ୍ୟକ୍ତିଗତ ଋଣ ନେବାକୁ ଚାହୁଁଛନ୍ତି, ତା’ହେଲେ ସହଜରେ ମିଳିଯିବ। ବ୍ୟାଙ୍କ ପକ୍ଷରୁ ଟୁଇଟ୍ କରି ଏହାର ପ୍ରେସେସ ସଂପର୍କରେ ସୂଚନା ଦେଇଛି। ପିଏନବିର ଏହି ସୁବିଧା ଉଠାଇବା ପାଇଁ ଗ୍ରାହକ କେନ୍ଦ୍ର ଅବା ରାଜ୍ୟ ସରକାରଙ୍କ କର୍ମଚାରୀ ହୋଇଥିବା ଦରକାର। ଅଥବା ପିଏସୟୁ କର୍ମଚାରୀ ହୋଇଥିବା ଆବଶ୍ୟକ।