ଲଞ୍ଚ ହେଲା ଦୁନିଆର ସବୁଠାରୁ ମହଙ୍ଗା କାର , ଏହା ଉପରେ କେବଳ ଟ୍ୟାକ୍ସ ୪୫କୋଟି
Khabar Odisha:Business-Odisha-world-expensive-car-debuts-at-geneva-motor-show-2019-priced-at-rs-133-crore
ନୂଆଦିଲ୍ଲୀ, ମାର୍ଚ୍ଚ ୧୧ (ଖବର ଓଡ଼ିଶା ):

 ଦୁନିଆର ସବୁଠାରୁ ମହଙ୍ଗା କାର ପ୍ରସ୍ତୁତ କରୁଥିବା କାର କମ୍ପାନୀ  ବୁଗୋଟି ଜିନେଭା ମୋଟର ଶୋରେ ସବୁଠାରୁ ମହଙ୍ଗା ସ୍ପୋର୍ଟସ କାର ଲଞ୍ଚ କରିଛି । ଏହି ଗାଡ଼ିର ନାମ ରହିଛି La Voiture Noire । ଏହି କାରଟିର ବଜାର ମୂଲ୍ୟ  ଏକ ଦୁଇକୋଟି ନୁହେଁ ଏହାର ମୂଲ୍ୟ ୧୦୦କୋଟିରୁ ବି ଅଧିକ ।

ମହଙ୍ଗା କାର ପ୍ରସ୍ତୁତ କରୁଥିବା କାର କମ୍ପାନୀ  ବୁଗୋଟି ଜିନେଭା ମୋଟର ଶୋରେ ସବୁଠାରୁ ମହଙ୍ଗା ସ୍ପୋର୍ଟସ କାର ଲା ଭୋଇଚ୍ୟୁର ନୋଇରେ ଲଞ୍ଚ କରିଥିଲା । ଏହି କାରର ବଜାର ମୂଲ୍ୟ ଭାରତୀୟ ମୁଦ୍ରା ଅନୁସାରେ ୮୭.୬ କୋଟି ରହିଥିବା ବେଳେ ଟ୍ୟାକ୍ସ ୍ସ ମିଶି ଅନ ରୋଡ଼ ମୂଲ୍ୟ ୧୩୩ କୋଟି ଟଙ୍କା ରହିଛି । ଏହି କାରରେ ପ୍ରାୟ ୪୫କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ୁଛି ।Bugatti Chiron କମ୍ପାନୀର ଗାଡ଼ି ମୂଲ୍ୟ ୨୧ କୋଟିରୁ ଆରମ୍ଭ । 

La Voiture Noire  କାରରେ ହେଣ୍ଡକ୍ରାଫଟେଡ଼ କାର୍ବନ ଫାଇଭରର କାର୍ଯ୍ୟ ରହିଛି । କାରଟିର ଡ଼ିଜାଇନ ମଧ୍ୟ ବହୁତ ସୁନ୍ଦର ହୋଇଛି । ଏହି ଗାଡ଼ିଟିକୁ ୧୯୩୦ରେ ବନାଯାଇଥିବା ବୁଗାଟି ଟାଇପ-ସି ୫୭ ଏସସିକୁ ନବୀକରଣ କରି ପ୍ରସ୍ତୁତ କରାଯାଇଛି । ଏଥିରେ ୮.୦ ଲିଟର କ୍ୱାର୍ଡ଼  ଟର୍ବୋଚାର୍ଡ୍ଡ  ଡବ୍ଲୁ ୧୬ ଇଂଜିନ ଲଗାଯାଇଛି ।୧୫୦୦ ପିଏସର ପାୱାର ଓ ୧୬ହହ ଏନଏମ ଟର୍କ ଦେଉଛି । କେବଳ ୨.୫ ସେକେଣ୍ଟରେ ଏହି କାର ଘଣ୍ଟା ପ୍ରତି ୦ରୁ ୧୦୦ କିମି ବେଗରେ ଚାଲିବ । ଏହି କାରଟିର ଅଧିକ ବେଗ ପ୍ରତି ଘଣ୍ଟା ୪୨୦ କିମି ସ୍ପିଡ଼ ରହିଛି ।

Subscribe

National International State Sports Entertainment