ମୋଦୀ ସରକାରଙ୍କ ଅନ୍ତରୀଣ ବଜେଟ୍ ୨୦୧୯: ଜାଣନ୍ତୁ କାହାକୁ କଣ ମିଳିଲା
Khabar Odisha:Business-Odisha-interim-budget-2019-farmer-middle-class-tax-limit-women
ନୂଆଦିଲ୍ଲୀ, ଫେବୃଆରୀ ୦୧(ଖବର ଓଡିଶା):

ନିର୍ବାଚନ ପୂର୍ବରୁ ମୋଦୀ ସରକାର ନିଜର  ଶେଷ ବଜେଟରେ ସମସ୍ତ ବର୍ଗଙ୍କ ଉପରେ ଗୁରୁତ୍ଵାରୋପ କରିଛନ୍ତି। ମଧ୍ୟମବର୍ଗ ଓ ଚାଷୀ  ହିଁ ଏହି ବଜେଟର କେନ୍ଦ୍ର ବିନ୍ଦୁ ପାଲଟିଛି। ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ସମ୍ମାନ ଦେଇ  ସରକାର ପ୍ରତି ମାସରେ ପେନସନ ଦେବାକୁ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ ମଧ୍ୟବିତ୍ତଙ୍କୁ ଉପହାର ଦେଇ ଆୟକର ଛାଡ଼ ସୀମାକୁ ଅଢେଇ ଲକ୍ଷରୁ ବୃଦ୍ଧି କରି ପାଞ୍ଚ ଲକ୍ଷ ଟଙ୍କା  କରିଛନ୍ତି। 

ମାତ୍ର ଏହି ବଜଟରେ ସବୁଠୁ ବଡ଼ ଘୋଷଣା କୃଷକଙ୍କ ପାଇଁ ହୋଇଛି। ଦୀର୍ଘ ସମୟ ଧରି କରାଯାଉଥିବା ଦାବି ପୂରା କରି କେନ୍ଦ୍ର ସରକାର ଦୁଇ ହେକ୍ଟର ପର‌୍ୟ୍ୟନ୍ତ ଭୂମି ଥିବା କୃଷକଙ୍କୁ ବାର୍ଷିକ ୬ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଆସନ୍ତୁ ଜାଣିବା ଏହି ବଜେଟରେ କାହାକୁ କଣ ମିଳିଲା...

ମହିଳା

- ମହିଳାଙ୍କ ସଶକ୍ତିକରଣ ପାଇଁ ସରକାର  ଅନେକ ଯୋଜନା ପ୍ରଣୟନ କରିଛନ୍ତି।

- ମୁଦ୍ରା ଲୋନ ଲାଭାର୍ଥୀଙ୍କ ମଧ୍ୟରେ ୭୫ ପ୍ରତିଶତ ମହିଳା ଲାଭାନ୍ଵିତ ହୋଇଛନ୍ତି।

- ମୋଦୀ ସରକାର ମହିଳାଙ୍କୁ ୨୬ ସପ୍ତାହର ମାତୃତ୍ଵ ଅବକାଶ ଆରମ୍ଭ କରିଛନ୍ତି। 

- ମହିଳାଙ୍କ ପାଇଁ ୮ କୋଟି ଗ୍ୟାସ୍ କନେକ୍ସନ।

ଛୋଟ ଉଦ୍ୟମି

- ଛୋଟ ବ୍ୟବସାୟୀଙ୍କ ପାଇଁ ସରକାରୀ ଉପକ୍ରମରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି।

- ଜିଏସଟି ପଞ୍ଜିକୃତ ବ୍ୟବସାୟୀଙ୍କୁ ଋଣ ଉପରେ ୨ ପ୍ରତିଶତ ସୁଧ ସବସିଡିରେ ମିଳିବ।

ଇନଫ୍ରାଷ୍ଟ୍ରକଚର

- ରେଲଓ୍ଵେକୁ ବିଭିନ୍ନ ଯୋଜନା ପାଇଁ ୨୦୧୯-୨୦ରେ ସାଧାରଣ ବଜେଟରୁ ୬୪, ୫୮୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି।

- ୧୦୦ ରୁ ଅଧିକ ବିମାନ ବନ୍ଦର କାର‌୍ୟ୍ୟକ୍ଷମ ହୋଇଛି।

- ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟା ୫ ବର୍ଷରେ ଦୁଇ ଗୁଣ ବୃଦ୍ଧି।

- ସରକାର ପ୍ରତିଦିନ ୨୭ କିଲୋମିଟର ରାଜମାର୍ଗ ନିର୍ମାଣ କଲେ।

ଚାଷ ଓ ଚାଷୀ

- ୨ ହେକ୍ଟର ପର‌୍ୟ୍ୟନ୍ତ ଜମି ଥିବା କୃଷକଙ୍କୁ ପ୍ରତ୍ୟେକ ବର୍ଷ ୬ ହଜାର ଟଙ୍କା ମିଳିବ।

- ତିନୋଟି କିସ୍ତିରେ ଦୁଇ ହଜାର ଲେଖାଏଁ ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ହେବ।

- ୨୦୧୮ ଡିସେମ୍ବର ୩୧ରୁ ପିଛିଲା ଭାବେ ଯୋଜନା ଲାଗୁ।

- ପ୍ରାୟ ୧୨ କୋଟି ଛୋଟ ଓ ସୀମାନ୍ତ କୃଷକଙ୍କୁ ମିଳିବ ଫାଇଦା।

- କୃଷକଙ୍କ କିସାନ ସମ୍ମାନ ନିଧି ଯୋଜନାରେ ସରକାର  ୭୫  ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। 

- ପଶୁପାଳକ ଓ ମତ୍ସ୍ୟପାଳକଙ୍କୁ କେସିସି ଲୋନ ଉପରେ ୨ ପ୍ରତିଶତ ଅତିରିକ୍ତ ସବସିଡି ମିଳିବ।

- ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା  ପ୍ରଥମ କିସ୍ତିର ରାଶି ଶୀଘ୍ର ଚାଷୀଙ୍କ ଆକାଉଣ୍ଟରେ ଜମା ହେବ। 

- ପଶୁପାଳକଙ୍କୁ ଉପହାର ସ୍ଵରୂପ ଆରମ୍ଭ ହେଲା ରାଷ୍ଟ୍ରୀୟ କାମଧେନୁ ଆୟୋଗ।

ସାଧାରଣ ଜନତା

- ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଘୋଷଣା।

- ୧୦୦ ଟଙ୍କାର ମାସିକ ଯୋଗଦାନ ଉପରେ ଶ୍ରମିକଙ୍କୁ ୬୦ ବର୍ଷ ବୟସ ପରେ  ପ୍ରତି ମାସରେ ୩୦୦୦ ଟଙ୍କା ପେନସନ ମିଳିବ। 

- ଏଥିରେ ଅସଂଗଠିତ କ୍ଷେତ୍ରର ୧୦ କୋଟି ଶ୍ରମିକଙ୍କୁ ଅବସର ପରେ ସର୍ବନିମ୍ନ ପେନସନ ଗ୍ୟାରେଣ୍ଟି ଦିଆଯିବ।

- ଏଥିପାଇଁ ମାସକୁ ୧୦୦ ଟଙ୍କା ଜମା କରିବାକୁ ପଡ଼ିବ। 

- ଗାଁ ଗୁଡିକ ୱାଇଫାଇ ଯୋଗାଇବା ପାଇଁ କାମ କରାଯାଉଛି । ୯୦ ପ୍ରତିଶତରୁ ଅଧିକ ଲୋକଙ୍କ ଆଧାର କାର୍ଡ ବନା ଯାଇଛି ।

- ୪୦ ହଜାର ଗ୍ରାମ ପଞ୍ଚାୟତରେ ୱାଇଫାଇ ହଟ ସ୍ପଟ ଲଗାଯାଇଛି ।

  • Tags:

Subscribe

National International State Sports Entertainment