ଅନ୍ତରୀଣ ବଜେଟ୍ ୨୦୧୯: ପୂର୍ବତଟ ରେଲଓ୍ଵେକୁ ମିଳିଲା ୭୦୧୦ କୋଟି ଟଙ୍କା
Khabar Odisha:Business-Odisha-interim-budget-2019-7010-crore-rupee-allocated-for-eastcoast-railway
ନୂଆଦିଲ୍ଲୀ,ଫେବୃଆରୀ ୦୧(ଖବର ଓଡ଼ିଶା):

କେନ୍ଦ୍ରର ମୋଦୀ ସରକାର ନିଜ କାର୍ଯ୍ୟକାଳର ଶେଷ ବଜେଟ୍ ଆଜି ଉପସ୍ଥାପନ କରିଛନ୍ତି। ନିର୍ବାଚନୀ ବର୍ଷ ଥିବାରୁ କାମଚଳା ଅର୍ଥମନ୍ତ୍ରୀ ପିୟୂଷ ଗୋୟଲ ୨୦୧୯-୨୦  ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟରେ ରେଳ ବିଭାଗକୁ ୬୪, ୫୮୭ କୋଟି ଟଙ୍କା ଆବଣ୍ଟିତ କରାଯାଇଛି। ଏଥିରୁ ପୂର୍ବତନ ରେଲଓ୍ଵେ ଓ ଓଡ଼ିଶା ପାଇଁ  ମୋଟ୍ ୭୦୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ନୂଆ ଲାଇନ ପାଇଁ ବଜେଟରେ ୨୬୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। 

ଅନ୍ତରୀଣ କେନ୍ଦ୍ର ରେଳ ବଜେଟରେ ଓଡ଼ିଶା ପାଇଁ ୬ଟି ନୂଆ ରେଳ ଲାଇନ୍‌ ଓ ୧୧ଟି ଲାଇନ୍‌ର ଦୋହରୀକରଣ ପାଇଁ ଘୋଷଣା କରିଛନ୍ତି। ତାଳଚେର-ଅନୁଗୁଳ ୧୪.୫ କିମି ନୂଆ ରେଳପଥ ପାଇଁ ୨୭୮ କୋଟି, ଅନୁଗୁଳ-ସୁକିନ୍ଦା ୯୮.୭ କିମି ନୂଆ ଲାଇନ୍‌ ପାଇଁ ୨୫୦ କୋଟି, ହରିଦାସପୁର-ପାରାଦୀପ ୮୨ କିମି ନୂଆ ଲାଇନ୍‌ ପାଇଁ ୪୦୦ କୋଟି, ତାଳଚେର-ବିମଳାଗଡ଼ ୧୫୪ କିମି ନୂଆ ଲାଇନ୍‌ ପାଇଁ ୧୫୦ କୋଟି, ଜୟପୁର-ମାଲକାନଗିରି ୧୨୭ କିମି ନୂଆ ଲାଇନ୍‌ ପାଇଁ ୭୦ କୋଟି, ଜୟପୁର ନବରଙ୍ଗପୁର ୩୮ କିମି ନୂଆ ଲାଇନ୍‌ ପାଇଁ ୧୦ କୋଟି ବ୍ୟୟ ବରାଦ ହୋଇଛି।

ଯାତ୍ରୀ ସୁବିଧା ପାଇଁ ୧୮୧ କୋଟି ମିଳିଛି। ସମ୍ବଲପୁର-ତାଳଚେର ରେଳପଥ ଦୋହରୀକରଣ ପାଇଁ ୨୪୯ କୋଟି, ସମ୍ବଲପୁର-ଟିଟିଲାଗଡ଼ ରେଳପଥ ପାଇଁ ୧୭୦ କୋଟି ବ୍ୟୟବରାଦ, ବାଂଶପାଣି-ଦୈତାରି-ଟମକା-ଯଖପୁରା ରେଳପଥ ପାଇଁ ୮୫ କୋଟି, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ରେଳ ଲାଇନ୍‌ ପାଇଁ ୮୬ କୋଟି, ସମ୍ବଲପୁର-ବିଜୟନଗରମ୍‌ ତୃତୀୟ ରେଳ ଲାଇନ୍‌ ପାଇଁ ୩୫୦ କୋଟି, ଜରପଡ଼ା-ବୁଢ଼ାପଙ୍କ ତୃତୀୟ ଓ ଚତୁର୍ଥ ଲାଇନ୍‌ ପାଇଁ ୧୨୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସେହି ପରି ବୁଢ଼ାପଙ୍କ-ସାଲେଗାଁଓ ତୃତୀୟ ଓ ଚତୁର୍ଥ ଲାଇନ୍‌ ପାଇଁ ୨୧୦ କୋଟି , କୋରାପୁଟ-ସିଙ୍ଗାପୁର ରୋଡ ଲାଇନ୍‌ର ଦୋହରୀକରଣ ପାଇଁ ୨୦୫ କୋଟି, ମନୋହରପୁର-ବନ୍ଧମୁଣ୍ଡା ତୃତୀୟ ଲାଇନ୍‌ ପାଇଁ ୪୦ କୋଟି, ରାଉରକେଲା-ଝାରସୁଗୁଡ଼ା ତୃତୀୟ ଲାଇନ୍‌ ପାଇଁ ୧୫୦ କୋଟି, ବନ୍ଧମୁଣ୍ଡା-ରାଉରକେଲା ଚତୁର୍ଥ ଲାଇନ୍‌ ପାଇଁ ୨୦ କୋଟି ବ୍ୟୟବରାଦ କରାଯାଇଛି।

  • Tags:

Subscribe

National International State Sports Entertainment