୬୪ ହଜାର କୋଟି ଲାଭ କଲା ଗୁଗୁଲ, ମାତ୍ର ହ୍ରାସ କମ୍ପାନୀର ସେୟାର
Khabar Odisha:Business-Odisha-google-alphabet-reports-impressive-growth-share-price-down-by-3-percent
ନୂଆଦିଲ୍ଲୀ, ଫେବୃଆରୀ ୦୬(ଖବର ଓଡ଼ିଶା):

 ୬୪ ହଜାର କୋଟି ଲାଭ କଲା ଗୁଗୁଲ, ମାତ୍ର ହ୍ରାସ କମ୍ପାନୀର ସେୟାର  

ନୂଆଦିଲ୍ଲୀ, ଫେବୃଆରୀ ୦୬(ଖବର ଓଡ଼ିଶା): ଆୟ କରିବାରେ ନିଜ ପୂର୍ବ ରେକର୍ଡ଼ ଭାଙ୍ଗିଛି ସର୍ଚ୍ଚ ଇଞ୍ଜିନ ଗୁଗଲର ମୂଳ କମ୍ପାନୀ । ଆର୍ଥିକ ବର୍ଷ ୨୦୧୮ର ଚତୁର୍ଥ ତ୍ରୈମାସରେ ପ୍ରାୟ ୬୪ କୋଟି ଟଙ୍କା ଲାଭ କରିଛି । ଯାହା ପୂର୍ବ ବର୍ଷ ଠାରୁ ୨୨ ପ୍ରତିଶତ ଅଧିକ ହୋଇଛି । କିନ୍ତୁ କମ୍ପାନୀର ସେୟାରରେ ହାସ ଘଟିଛି।

ବିଜ୍ଞାପନରୁ ସବୁଠାରୁ ଅଧିକ ଲାଭ :

ଗୁଗୁଲରେ ଚଳାଇଥିବା ଆଲଫାବେଟ ବିଜ୍ଞାପନଠାରୁ ଅଧିକ ଲାଭ ମିଳିଛି । ଏହା ଦ୍ୱାରା କମ୍ପାନୀକୁ ୨.୩ ଲକ୍ଷ କୋଟି ଟଙ୍କା ଆସିଛି । ସେହି ପରି ହାର୍ଡ଼ୱେର ,ପ୍ଲେ ଷ୍ଟୋର ଓ ଗୁଗଲ  କ୍ଲାଉଡ଼ରୁ ୪୬ହଜାର କୋଟି ଟଙ୍କା ମିଳିଛି ।

ଏକ ଲକ୍ଷ କର୍ମଚାରୀ , ୨.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ : ବିଶ୍ୱରେ କମ୍ପାନୀର ପ୍ରାୟ ଏକ ଲକ୍ଷ କର୍ମଚାରୀ ଅଛନ୍ତି । ୨.୨ ଲକ୍ଷ କୋଟି ଟଙ୍କା ସେମାନଙ୍କୁ ଦରମା ଦେବାରେ ଖର୍ଚ୍ଚ ହେଉଛି । ଆଲଫାବେଟର ମୁଖ ଆର୍ଥିକ ଅଧିକାରୀଙ୍କ କହିବାନୁଯାୟୀ ୨୦୧୮ ମସିହାରେ କମ୍ପାନୀ ୯.୮ ଲକ୍ଷ କୋଟି ଟଙ୍କାର ରାଜସ୍ଵ ସଂଗ୍ରହ କରିଛି। ତ୍ରୈମାସରେ ୨.୮ ଲକ୍ଷ କୋଟି ଟଙ୍କା କମ୍ପାନୀର ରାଜକୋଷକୁ ଆସିଛି ।

କମ୍ପାନୀର ସେୟାର ହ୍ରାସ ପାଇଛି :

ଭଲ ଲାଭ ଆୟ କରିବା ପରେ ମଧ୍ୟ କମ୍ପାନୀ ସେୟାରରେ ହ୍ରାସ ଘଟିଛି । ମଙ୍ଗଳବାର ଦିନ ଆମେରିକି ସେୟାର ବଜାରରେ ଏହା ୩.୩ ପ୍ରତିଶତ ହ୍ରାସ ହୋଇ ପ୍ରତି ସେୟାରର ମୂଲ୍ୟ ୭୯ ହଜାର ଟଙ୍କା ରହିଛି। ଏହି ସମୟ ମଧ୍ୟରେ ଗୁଗଲର ମୋଟ ଖର୍ଚ୍ଚ ୩୧ ଆରବ ଡଲାର ହୋଇଛି । ସମୀକ୍ଷକଙ୍କ କହିଛନ୍ତି ଯେ ଗୁଗଲ ପାଖରେ ସୁନା ଅଣ୍ଡା ଦିଆ କୁକୁଡ଼ା ଭଳି ଆଡ଼ ବିଜନେସ୍ ରହିଛି ।

Subscribe

National International State Sports Entertainment