ନୂଆଦିଲ୍ଲୀ, ଫେବୃଆରୀ ୦୬(ଖବର ଓଡ଼ିଶା):
: ଦରବୃଦ୍ଧି ହ୍ରାସ ସହିତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳ ଦର ହ୍ରାସ ହେବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ପାଖରେ ସୁଧ ଦର ହ୍ରାସ କରିବାର ସୁଯୋଗ ରହିଛି। ରେଟିଙ୍ଗ ଏଜେନ୍ସି ଏସଏଣ୍ଡପିର ଅର୍ଥଶାସ୍ତ୍ରୀ ବିଶୃତ ରାଣାଙ୍କ କହିବାନୁଯାୟୀ ଖାଦ୍ୟ ଉତ୍ପାଦନ ବୃଦ୍ଧି ହେବା ଏବଂ ଅଶୋଧିତ ତୈଳ ଦର କମ୍ ହେବାରେ ମୁଦ୍ରାସ୍ପୀତିରେ ହ୍ରାସ ପାଇଛି। ଯାହା ଅକ୍ଟୋବର ତୁଳନାରେ ୨୦ ପ୍ରତିଶତ ଦରବୃଦ୍ଧି କମ ହୋଇଛି ।
ଚଳିତ ଆର୍ଥକ ବର୍ଷରେ ଆରବିଆଇ ଆସନ୍ତା ସାତ ତାରିଖ ନିଜର ଷଷ୍ଠମ ଦ୍ୱିମାସିକ ନୀତି ସମୀକ୍ଷାର ଘୋଷଣା କରିବ । ଆରବିଆଇ ଗଭର୍ଣ୍ଣର ଶଶିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ପ୍ରଥମ ମୁଦ୍ରା ନୀତି ସମୀକ୍ଷା ହେବ। ମୁଦ୍ରାସ୍ପୀତି ହ୍ରାସ ଓ ଅଶୋଧିତ ତୈଳର ମୂଲ୍ୟ କମ ହେବା ଦ୍ୱାରା ଆରବିଆଇ ପାଖରେ କିଛି ସମୟ ପାଇଁ ସୁଧ ଦର କମ କରିବାର ସୁଯୋଗ ରହିଛି। ପୂର୍ବରୁ ଡିସେମ୍ବରରେ ହୋଇଥିବା ମୁଦ୍ରା ନୀତି ସମୀକ୍ଷା ବୈଠକରେ ସୁଧ ଦରରେ କୌଣସି ପରିବର୍ତ୍ତନ କରାଯାଇନଥିଲା।
କିନ୍ତୁ କେନ୍ଦ୍ର ବ୍ୟାଙ୍କ ଦାବି କରିଛି ଯେ ଯଦି ମୁଦ୍ରାସ୍ପୀତିରେ କୌଣସି ସମସ୍ୟା ନବଢେ ତେବେ ସୁଧ ଦର ହ୍ରାସ କରାଯିବ। ଲଗାତାର ଖାଦ୍ୟ ଓ ଅଶୋଧିତ ତୈଳ ଦର ହ୍ରାସ ପାଇବାରୁ ୨୦୧୮ରେ ଖୁଚୁରା ମୁଦ୍ରାସ୍ଫୀତି ନିମ୍ନସ୍ତର ୨.୯ ପ୍ରତିଶତରେ ଏବଂ ପାଇକାରୀ ମୁଦ୍ରାସ୍ପୀତି ସର୍ବନିମ୍ନ ସ୍ତର 3.80 ପ୍ରତିଶତରେ ପହଞ୍ଚିଛି। ସରକାର ରିଜର୍ଭ ବ୍ୟାଙ୍କକୁ ମୁଦ୍ରାସ୍ଫୀତି ଚାରି ପ୍ରତିଶ୍ରତରେ ଜାରି ରଖିବାକୁ କହିଛନ୍ତି। ଅନ୍ୟ ପଟେ ଗୋଟିଏ ସମୟ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାରରେ ବିକ୍ରି ହୋଇଥିବା ବେଳେ ଏବେ ତାହା ବ୍ୟାରେଲି ପ୍ରତି 63 ଡଲାରକୁ ଖସି ଅାସିଛି।