ଏହି DTH ସବ୍ସକ୍ରାଇବର୍ସଙ୍କୁ ବେଶ୍ ପ୍ୟାକରେ ମିଳିବ ଅନଲିମିଟେଡ ଫ୍ରି-ଟୁ-ଏୟାର ଚ୍ୟାନେଲ
Khabar Odisha:Business-Odisha-DTH-subscribers-will-get-unlimited-free-to-air-channels-in-the-base-pack
ନୂଆଦିଲ୍ଲୀ, ମାର୍ଚ୍ଚ ୦୮(ଖବର ଓଡିଶା):

ନିକଟରେ ଟ୍ରାଈର ନୂଆ ଡିଟିଏଚ୍ ନିୟମ ଲାଗୁ କରାଯାଇଛି, ଯାହା ସାଧାରଣରେ ଏତେ ଖାସ ପସନ୍ଦ ଯୋଗ୍ୟ ହୋଇପାରି ନାହିଁ । ଏହାକୁ ନେଇ କେବୁଲ ତଥା ଡିଟିଏଚ୍ ସବ୍ସକ୍ରାଇବର୍ସମାନଙ୍କ ପକ୍ଷରୁ ଅନେକ କଂପ୍ଲେନ ମଧ୍ୟ ଦିଆଯାଇଛି । ସବ୍ସକ୍ରାଇବର୍ସମାନଙ୍କ ଏହି ସମସ୍ୟାକୁ ଦୂର କରିବା ପାଇଁ ଡିଟିଏଚ୍ ଅପରେଟରଗୁଡିକ ଏବେ ବେଶ୍ ପ୍ୟାକ ଭିତରେ ଅନଲିମିଟେଡ ଫ୍ରି-ଟୁ-ଏୟାର ଚ୍ୟାନେଲଗୁଡିକୁ ଦେବାକୁ ଲାଗିଲେଣି । 

ମିଳିଥିବା ସୂଚନା ଅନୁଯାୟୀ ଟାଟା ସ୍କାଏ ସର୍ବ ପ୍ରଥମେ ବେଶ୍ ପ୍ୟାକ୍‌ରେ ପରିବର୍ତ୍ତନ କରିଥିଲା । ଏହା ପରେ ଅନ୍ୟ ଅପରେଟରମାନେ ନିଜ ବେଶ୍ ପ୍ୟାକ୍‌ ବଦଳାଇଥିଲେ । ଏହି ପରିପ୍ରେକ୍ଷିରେ ଡିଶ୍ ଟିଭି ମଧ୍ୟ ମେରା ଅପ୍ନା ପ୍ୟାକ୍ ଲଞ୍ଚ କରିଛି । ଏହି ସ୍କିମ ଅନୁଯାୟୀ ଡିଶ୍ ଟିଭି ତାର ସବ୍ସକ୍ରାଇବର୍ସଙ୍କ ଠାରୁ ବେଶ୍ ପ୍ୟାକ୍‌ରେ ବାଛିଥିବା ଫ୍ର-ଟୁ-ଏୟାର ଚ୍ୟାନେଲଗୁଡିକ ପାଇଁ କୌଣସି ଚାର୍ଜ ନେବନାହିଁ । ସବୁଠାରୁ ବଡକଥା ହେଉଛି ସବ୍ସକ୍ରାଇବର୍ସ ନିଜ ଇଚ୍ଛା ମୁତାବକ ଫ୍ର-ଟୁ-ଏୟାର ଚ୍ୟାନେଲ ବେଶ୍ ପ୍ୟାକ୍‌ରେ ଯୋଡିପାରିବେ ।

ଡିଶ୍ ଟିଭିର ୱେବସାଇଟ ଅନୁଯାୟୀ, ଯଦି ସବ୍ସକ୍ରାଇବର୍ସ କୌଣସି ଗୋଟିଏ ବି ପେଡ୍ ଚ୍ୟାନେଲ ବାଛିବେ, ତେବେ ତାଙ୍କଠାରୁ ଫ୍ର-ଟୁ-ଏୟାର ଚ୍ୟାନେଲର ନେଟୱାର୍କ କାପାସିଟି ଫିସ୍ ନିଆଯିବ ନାହିଁ । ଡିଶ୍ ଟିଭି ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନରେ ଲୋକେ ବେଶ ଖୁସି ଅଛନ୍ତି କାରାଣ ତାଙ୍କୁ ଅନଲିମିଟେଡ ଫ୍ର-ଟୁ-ଏୟାର ଚ୍ୟାନେଲ ବେଶ୍ ପ୍ୟାକ୍‌ରେ ହିଁ ମିଳିଯାଉଛି । 

Subscribe

National International State Sports Entertainment