ମେ’ ରେ ବଦଳିଯିବ ଏସବିଆଇ ସେଭିଙ୍ଗ ଆକାଉଣ୍ଟ ସୁଧର ନିୟମ
Khabar Odisha:Business-National-Odisha-State-bank-of-india-saving-account-interest-rate
ନୂଆଦିଲ୍ଲୀ, ଏପ୍ରିଲ ୧୩(ଖବର ଓଡ଼ିଶା):

ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକଙ୍କ ପାଇଁ  ଏକ ଗୁରତ୍ୱପୂର୍ଣ୍ଣ ଖବର । ଏସବିଆଇ ଗ୍ରାହକଙ୍କ ସେଭିଙ୍ଗ ଆକାଉଣ୍ଟରେ ଥିବା ଟଙ୍କା ଉପରେ ମେ ମାସ ଠାରୁ ସୁଧ କମ ମିଳିବ । 

ଏସିବିଆଇ ସେଭିଙ୍ଗ ଆକାଉଣ୍ଟ ଥିବା ଗ୍ରାହକଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଖବର । ଗ୍ରାହକଙ୍କ ସେଭିଙ୍ଗସ ଆକାଉଣ୍ଟ ଥିବା ଖାତାରେ ଟଙ୍କା ଜମା କରିବା ଉପରେ ମିଳୁଥିବା ସୁଧର ହାର ହ୍ରାସ କରାଯାଇଛି । ପୂର୍ବରୁ ଆପଣଙ୍କ ଆକାଉଣ୍ଟକୁ ସୁଧ ଆକାରରେ ଆସୁଥିବା ଟଙ୍କା ଅପେକ୍ଷା ବର୍ତ୍ତମାନ ସେଭିଙ୍ଗସ ଆକାଉଣ୍ଟରେ କମ ଟଙ୍କା ଆସିବ ।  ଏହି ନୂଆ ନିୟମକୁ ଏକ ଲକ୍ଷ ଟଙ୍କାରୁ ଉଦ୍ଧ୍ୱ ଟଙ୍କା ଜମା କରୁଥିବା କିମ୍ବା ଋଣ ନେଉଥିବା ସୁଧ ସହ ରେପୋ ରେଟକୁ ଜଡ଼ିତ କରାଯାଇଛି । 

ଭାରତୀୟ ରିଜର୍ଭ ବ୍ୟାଙ୍କରେ ରେପୋ ରେଟ ହ୍ରାସର ପ୍ରଭାବ ବ୍ୟାଙ୍କରେ ଟଙ୍କା ଜମା କରିବା ସୁଧ ଉପରେ ପଡ଼ୁଛି । ତେଣୁ ଏସବିଆଇ ପକ୍ଷରୁ ଆସନ୍ତା ମାସରୁ ସେଭିଙ୍ଗସ ରେଟ ଉପରେ ମଧ୍ୟ ପରିବର୍ତ୍ତନ କରାଯିବ । ଏକ ଲକ୍ଷ ଟଙ୍କାରୁ କମ ଜମା କରିଲେ ୩.୫ ପ୍ରତିଶତ ସୁଧ ମିଳିବ ଏବଂ ଏକ ଲକ୍ଷରୁ ଅଧିକ ଜମା କରିଲେ ୩.୨୫ ପ୍ରତିଶତ ସୁଧ ମିଳିବ । ଏହି ନିୟମ ମେ ମାସ ପହିଲାରୁ ଲାଗୁ କରାଯିବ ।

Subscribe

National International State Sports Entertainment