ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରୁ ବାଦ ପଡ଼ିଲେ ମୁକେଶ ଅମ୍ବାନି, ଜାଣନ୍ତୁ କିଏ ପଛରେ ପକାଇଲେ
Khabar Odisha:Business-Mukesh-Ambani-RIL-chairman-out-from-world-top-10-richest-billionaires-list-Bloomberg-billionaires-index

ନୂଆଦିଲ୍ଲୀ, ଡିସେମ୍ବର ୨୭ (ଖବର ଓଡ଼ିଶା): ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତି ମୁକେଶ ଅମ୍ବାନୀ ବିଶ୍ୱର ଶ୍ରେଷ୍ଠ୧୦ ଜଣିଆ ଧନୀ ତାଲିକାରେ ନାହାନ୍ତି । ବ୍ଲମବର୍ଗ ବିଲିୟନାରି ଇଣ୍ଡେକ୍ସ ତଥ୍ୟ ଅନୁସାରେ ମୁକେଶ ଅମ୍ବାନୀଙ୍କ ବର୍ତ୍ତମାନ ସଂପତ୍ତି ୫.୭୨ ଲକ୍ଷ କୋଟି ଏବଂ ସେ ଧନୀ ତାଲିକାରେ ୧୧ତମ ସ୍ଥାନରେ ରହିଛନ୍ତି, ଯାହାକି ବର୍ଷ ଆରମ୍ଭରୁ ୬.୬୨ ଲକ୍ଷ କୋଟି ଟଙ୍କାରୁ କମ । ବର୍ତ୍ତମାନ ଅମ୍ବାନୀ, ସେର୍ଗେଇ ବ୍ରିନ ଓ ଲରୀ  ଏଲିସନଙ୍କ ପରେ ୧୧ତମ ସ୍ଥାନରେ ଅଛନ୍ତି । 

କୋଭିଡ-୧୯ ମହାମାରୀ ପରେ ଚଳିତ ବର୍ଷ ମୁକେଶ ଅମ୍ବାନୀଙ୍କ ରୋଜଗାର ହ୍ରାସ ପାଇଛି । କରୋନା ସଂକଟ ସମୟରେ ସେ ବିଶ୍ୱର ସବୁଠାରୁ ଧୀନ ତାଲିକାର ୬ଷ୍ଠ ସ୍ଥାନରେ ଥିଲେ । କିନ୍ତୁ ଏବେ ନେଟୱାର୍ଥ ହ୍ରାସ ପାଇଛି । ଏହାର ମୂଳ କାରଣ ହେଲା ସେପ୍ଟେମ୍ବରରେ ଆରଆଇଏଲ ସେୟାରରେ ହ୍ରାସ ପାଇବା । 

ମୁକେଶ ଅମ୍ବାନୀ ଚଳିତ ବର୍ଷ ଭଲ ବ୍ୟବସାୟ କରିଛନ୍ତି । ବର୍ଷ ୨୦୨୦ରେ ତାଙ୍କର ସଂପତ୍ତି ୧୭୭୦ କୋଟି ଡଲଶର (୧.୩୨ ଲକ୍ଷ କୋଟି ଟଙ୍କା) ଲାଭ ହୋଇଛି । ତାଙ୍କ ମୋଟ ସଂପତ୍ତି ୭୬୩୦ କୋଟି ଡଲାର ଅର୍ଥାତ ୫.୭୨ ଲକ୍ଷ କୋଟି ଟଙ୍କା । 

 

  • Tags:

Subscribe

National International State Sports Entertainment