ଅଫର: ୧୫ ହଜାର ଟଙ୍କା ରିହାତିରେ କିଣିପାରିବେ ଏଲଜି ଟିଭି
Khabar Odisha:Business-LG-is-offering-Cashback-upto-15000-rupees-on-smart-TV-and-5000-on-smartphone-offering-gift-vouchers-too

ନୂଆଦିଲ୍ଲୀ, ମେ ୦୨ (ଖବର ଓଡ଼ିଶା): କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ଥିବା ବେଳେ ଇଲେକ୍ଟ୍ରୋନିକ୍ସ ଓ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଏଲଜି (ଲାଇଫ ଗୁଡ୍ସ) ଗ୍ରାହକଙ୍କ ପାଇଁ ବଡ଼ ଅଫର ଆଣିଛି । ଗ୍ରାହକ ଏବେ ଏଲଜି ପ୍ରଡକ୍ଟ ପାଇଁ ବୁକିଂ କରିପାରିବେ । ସର୍ବାଧିକ ୧୫ ହଜାର ଟଙ୍କା ଯାଏଁ ରିହାତି ରଖିଛି କମ୍ପାନୀ । କମ୍ପାନୀ ତରଫରୁ ଅନ୍ୟ ଉତ୍ପାଦନ ଉପରେ ୧୦ ହଜାର ଟଙ୍କା ଯାଏଁ ରିହାତି ପ୍ରଦାନ କରାଯାଉଛି । 

କମ୍ପାନୀର ସ୍ମାର୍ଟଫୋନ କିଣିବା ପାଇଁ ପଂଜୀକୃତ କରୁଥିବା ଗ୍ରାହକଙ୍କୁ ୫ ହଜାର ଟଙ୍କା ଯାଏଁ ରିହାତି ମିଳିବ । ସେହିପରି ଗ୍ରାହକ ଜାବ୍ରା ବ୍ଲଟୁଥକୁ ୧୯୯୯ ଟଙ୍କାରେ କିଣିପାରିବେ । କମ୍ପାନୀ ପକ୍ଷରୁ ସବୁ ଜିନିଷ ଉପରେ କିଛି ନା କିଛି ରିହାରି ଦିଆଯାଉଛି । ଏଥି ପାଇଁ ଆଗାମୀ ମେ’ ମାସ ୧୫ ତାରିଖ ପୂର୍ବରୁ ନାମ ପଂଜୀକରଣ କରିବାକୁ ପଡ଼ିବ । କିନ୍ତୁ କିଛି ଜିନିଷ ପାଇଁ  ମିଳୁଥିବା ଅଫର ମେ’ ମାସ ୩୦ ଯାଏଁ ରହିବ । 

 

  • Tags:

Subscribe

National International State Sports Entertainment