କରୋନା ପ୍ରଭାବ: ଭାରତରେ ବନ୍ଦ ହୋଇଗଲା ୧୦ ହଜାରରୁ ଊର୍ଦ୍ଧ୍ୱ କଂପାନୀ, ଓଡ଼ିଶାରେ କେତେ ଜାଣନ୍ତୁ
Khabar Odisha:Business-Indian-company-law-news-10113-companies-voluntarily-shut-between-2020-April-to-2021-February

ନୂଆଦିଲ୍ଲୀ, ମାର୍ଚ୍ଚ ୧୦ (ଖବର ଓଡ଼ିଶା): କରୋନା ସଂକଟ କାରଣରୁ ଦେଶର ଅନେକ ସ୍ଥାନରେ ବିପରୀତ ପରସ୍ଥିତି ସୃଷ୍ଟି ହୋଇଛି । ରୋଜଗାର ହ୍ରାସ ପାଇବା ଫଳରେ ପରିବାର ଚଳାଇବା କଷ୍ଟସାଧ୍ୟ ହୋଇପଡ଼ିଛି । ସରକାରୀ ତଥ୍ୟ ଅନୁସାରେ କରୋନା ଭାଇରସ ଦ୍ୱାରା ପ୍ରଭାବିତ ହେବା ଫଳରେ ହଜାର ହଜାର କଂପାନୀ ବନ୍ଦ ହୋଇଯାଇଛି । ୨୦୨୦ ଏପ୍ରିଲ ଠାରୁ ୨୦୨୧ ଫେବ୍ରୁଆରୀ ପର୍ଯ୍ୟନ୍ତ ମୋଟ ୧୦ ହଜାର ୧୧୩ଟି କଂପାନୀ ବନ୍ଦ ହୋଇଛି । କରୋନାରେ ସର୍ବାଧିକ କ୍ଷତି ସହିଛି ଦିଲ୍ଲୀ । ଏଠାରେ ମୋଟ ୨ ହଜାର ୩୯୪ଟି କଂପାନୀ ବନ୍ଦ ହୋଇଛି । ସୂଚନାଯୋଗ୍ୟ କରୋନା ସଂକ୍ରମଣ ବଢ଼ିବାରୁ ଦେଶରେ ଲକ୍‌ଡାଉନ୍ ହୋଇଥିଲା । 

କେନ୍ଦ୍ର ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ କଂପାନୀ ଆଇନ ଅନୁସାରେ ପଂଜୀକୃତ କଂପାନୀ ଉପରେ ନଜର ରଖିଥାଏ । ନୂଆ କଂପାନୀ ଆରମ୍ଭ କରିବା ଲାଗି ଜରୁରୀ ପ୍ରମାଣପତ୍ରର ଆବଶ୍ୟକତା ହୋଇଥାଏ । ଆବେଦନ ପରେ ପ୍ରମାଣପତ୍ର ଠିକ୍‌ଠାକ ଥିଲେ ପଂଜୀକରଣ ନମ୍ବର ମିଳିଥାଏ । ବିଭାଗୀୟ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କହିଛନ୍ତି ଯେ, ଯେଉଁ କଂପାନୀମାନେ ରେକର୍ଡ ଭଲ ପ୍ରଦର୍ଶନ କରି ନାହାନ୍ତି ବାହାରି ଯାଇଛନ୍ତି । 

ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଉତ୍ତର ପ୍ରଦେଶରେ ୧୯୩୬, ତାମିଲନାଡୁରେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ୧୩୨୨, ମହାରାଷ୍ଟ୍ରରେ ୧୨୭୯, କର୍ଣ୍ଣାଟକରେ ୮୩୬, ଚଣ୍ଡିଗଡ଼ରେ ୫୦୧, ରାଜସ୍ଥାନରେ ୪୭୯, ତେଲେଙ୍ଗାନାରେ ୪୦୪, କେରଳରେ ୩୦୭, ଝାଡ଼ଖଣ୍ଡରେ ୧୩୭, ମଧ୍ୟପ୍ରଦେଶରେ ୧୧୧ ଓ ବିହାରରେ ୧୦୪ଟି କଂପାନୀ ବନ୍ଦ ହୋଇଛି । ସେହିପରି ମେଘାଳୟରେ ୮୮, ଓଡ଼ିଶାରେ ୭୮, ଛତିଶଗଡ଼ରେ ୪୭, ଗୋଆରେ ୩୬, ପଣ୍ଡିଚେରୀରେ ୩୧, ଗୁଜରାଟରେ ୧୭, ପଶ୍ଚିମବଙ୍ଗରେ ୪ଟି ଓ ଆଣ୍ଡାମାନ ଏବଂ ନିକୋବର ଦୀପରେ ୨ଟି କଂପାନୀ ବନ୍ଦ ହୋଇଛି । 

 

  • Tags:

Subscribe

National International State Sports Entertainment