ନୂଆବର୍ଷରୁ ଆପଣଙ୍କ ଜୀବନରେ ହେବାକୁ ଯାଉଛି ଏହି ୧୦ଟି ପରିବର୍ତ୍ତନ, ନିଶ୍ଚିତ ଭାବେ ଜାଣନ୍ତୁ
Khabar Odisha:Business-These-10-big-changes-are-going-to-happen-in-your-life-from-today

ନୂଆଦିଲ୍ଲୀ, ଜାନୁଆରୀ ୦୧ (ଖବର ଓଡ଼ିଶା): ନୂଆବର୍ଷ ୨୦୨୧ ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ହେବାର ଅଛି। ବର୍ଷ ୨୦୨୧ ଜାନୁଆରୀ ୧ ତାରିଖଠାରୁ ଆପଣଙ୍କ ଘର, କାର, ଆପଣଙ୍କ ଜୀବନ ଓ ଆପଣଙ୍କ ପରିବାର ସହିତ ଜଡ଼ିତ ଅନେକ ପରିବର୍ତ୍ତନ ଆସିବ। ତେଣୁ ନିମ୍ନଲିଖିତ ବିଷୟ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ଆଜିଠାରୁ ୟୁପିଆଇ ପେମେଣ୍ଟ ଓ କାର କିଣିବା କ୍ଷେତ୍ରରେ ଲୋକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ସେହିପରି ଜିଏସ୍‌ଟି ରିଟର୍ଣ୍ଣ ନିୟମ, ଚେକ୍‌ ପେମେଣ୍ଟ, ଫାସଟ୍ୟାଗ୍‌ କ୍ଷେତ୍ରରେ ନିୟମ ପରିବର୍ତ୍ତନ ହେଉଥିବାରୁ ଏସଂପର୍କିତ କାମ କରିବାକୁ ଅଧିକ ସମୟ ଦେବାକୁ ପଡ଼ିବ।
ନୂଆବର୍ଷରେ କ’ଣ ହେବ ପରିବର୍ତ୍ତନ
-ଜିଏସ୍‌ଟି ରିଟର୍ଣ୍ଣର ନିୟମରେ ପରିବର୍ତ୍ତନ
-ଚେକ୍‌ ପେମେଣ୍ଟ ସହ ଜଡ଼ିତ ନିୟମ ବଦଳିବ
-ୟୁପିଆଇ ପେମେଣ୍ଟରେ ଦେବାକୁ ପଡ଼ିବ ଅଧିକ ଚାର୍ଜ
-ଗାଡ଼ିରେ ଜରୁରୀ ରହିବ ଫାସଟ୍ୟାଗ୍‌
-କିଛି ସ୍ମାର୍ଟଫୋନ୍‌ରେ ହ୍ଵାଟସ୍‌ଅପ୍‌ ଚାଲିବ ନାହିଁ
-ମୁଚୁଆଲ ଫଣ୍ଡ ନିବେଶ ଲାଗି ବଦଳିବ ନିୟମ
-କାର କଣିବା ମହଙ୍ଗା ହୋଇଯିବ
-କମ୍‌ ପ୍ରିମିୟମରେ ଜାନୁଆରୀ ୧ରୁ କିଣିପାରିବେ ଟର୍ମ ପ୍ଲାନ
-ବିଦ୍ୟୁତ୍‌ ସଂଯୋଗ ଶୀଘ୍ର ମିଳିପାରିବ
-ଲ୍ୟାଣ୍ଡଲାଇନ୍‌ରୁ ମୋବାଇଲ ଫୋନ୍‌କୁ କଲ କରିବା ପୂର୍ବରୁ ଶୂନ୍ୟ ଡାଏଲ କରିବାକୁ ହେବ


  • Tags:

Subscribe

National International State Sports Entertainment