ନୂଆଦିଲ୍ଲୀ, ମେ ୦୧ (ଖବର ଓଡ଼ିଶା): ଫ୍ଲିପ୍କାର୍ଟ ବିଗ୍ ସେଭିଂ ଡେ’ ସେଲ୍ ଗ୍ରାହକଙ୍କ ପାଇଁ ମେ’ ୩ ତାରିଖ ଠାରୁ ଆରମ୍ଭ ହେବ । ଏହି ସେଲ୍ ଆସନ୍ତା ମେ’ ମାସ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ସେଲ୍ ସମୟରେ ଗ୍ରାହକଙ୍କୁ ସ୍ମାର୍ଟଫୋନ୍ ଉପରେ ସ୍ୱତନ୍ତ୍ର ରିହାତି ମିଳିବ । ଫ୍ଲିପ୍କାର୍ଟ ପ୍ଲସ ମେମ୍ବରର୍ସଙ୍କ ପାଇଁ ସେଲ୍ ୨୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଯିବ । ପ୍ରଡକ୍ଟ ଡିସ୍କାଉଣ୍ଟ ବ୍ୟତୀତ ଯଦି ଆପଣ ଅଧିକ ସଂଚୟ କରିବାକୁ ଚାହୁଁଛନ୍ତି ତା’ହେଲେ ଏସ୍ବିଆଇ କ୍ରେଡିଟ କାର୍ଡ ଓ ଇଏମ୍ଆଇ ଟ୍ରାଞ୍ଜେକଶନ ଉପରେ ୧୦ ପ୍ରତିଶତ ଇନଷ୍ଟେଟ ଡିସ୍କାଉଣ୍ଟର ଫାଇଦା ମଧ୍ୟ ନେଇପାରିବେ ।
ଫ୍ଲିପ୍କାର୍ଟ ସେଲ୍ ପୂର୍ବରୁ ଏକ ମାଇକ୍ରୋସାଇଟ୍ ପ୍ରସ୍ତୁତ କରାଯାଇଛି । ଏଥିରୁ ଜଣାପଡ଼ିଛି ଯେ, ସେଲ୍ ସମୟରେ ଗ୍ରାହକଙ୍କୁ ରିଏଲେମ୍, ମୋର୍ଟୋଲା ବ୍ୟତୀତ ରେଡମୀ ଓ ଭିଭୋ ସମେତ ଅନ୍ୟ କଂପାନୀର ସ୍ମାର୍ଟଫୋନ୍ ବଡ଼ ରିହାତି ସୁବିଧା ମିଳିପାରିବ । ସେଲ ସମୟରେ ଗ୍ରାହକଙ୍କୁ ସାମସଙ୍ଗ ଗ୍ୟାଲେକ୍ସି ୨ ହଜାର ଟଙ୍କା ରିହାତି ମିଳିବ । ସୂଚନାଯୋଗ୍ୟ, ଏହି ଫୋନ୍କୁ ୧୧, ୯୯୯ ଟଙ୍କାରେ କିଣାଯାଇପାରିବ । କିନ୍ତୁ ସେଲରେ କିଛି ରିହାତି ପରେ ଏହି ମଡେଲକୁ ୯୯୯୯ ଟଙ୍କାରେ ଆପଣଙ୍କୁ ମିଳିବ ।
ପୋକୋ ମୋବାଇଲ ଫୋନ ଏବେ ଫ୍ଲିପକାର୍ଟରେ ୧୬,୪୯୯ ଟଙ୍କାରେ ବିକ୍ରି କରାଯାଉଛି । କିନ୍ତୁ ସେଲ ସମୟରେ ଏହାର ମୂଲ୍ୟ ୧୩,୯୯୯ ଟଙ୍କା ରହିବ । ସେହିପରି ରେଡମୀ ନୋଟ ୧୦ଏସ୍ ୧୩୯୯୯ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେଲ୍ ସମୟରେ ଏହାର ମୂଲ୍ୟ ୧୧,୯୯୯ ଟଙ୍କା ରହିବ ।