ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବାବା ଭୋଳାଶଙ୍କର-ମାତା ପାର୍ବତୀ, ଉତ୍ସବ ମୁଖର ସମ୍ବଲପୁର
Khabar Odisha:today-lord-shiv-and-godess-parvati-marraige-in-sambalpur
ସମ୍ବଲପୁର, ଜୁନ ୦୭ (ଖବର ଓଡ଼ିଶା):

ନିର୍ବନ୍ଧ, ପତରପେଡି, ଗୁଆଗୁଣ୍ଡି ପରେ ସରିଛି ଦେବ ନିମନ୍ତ୍ରଣ । ଏବେ ଅପେକ୍ଷା ଦେବ ମହାଦେବଙ୍କ ସହିତ ମାତା ପାର୍ବତୀ ବିବାହ ସମୟକୁ । ବିବାହ ବନ୍ଧନରେ ବାନ୍ଧି ହେବେ ଦେବ ଦମ୍ପତ୍ତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି । ଆଜି ରାତିରେ ଭୋଳା ଶଙ୍କର ବରଯାତ୍ରୀଙ୍କ ସହିତ ବାହାରିବେ ବର ବେଶରେ । ବାଜା ବାଜିବ, ବାଣ ଫୁଟିବ ଏବଂ ନାଚଗୀତ ମଧ୍ୟ ହେବ । 

ସେପଟେ ଜ୍ୱାଇଁଙ୍କୁ ସ୍ୱାଗତ କରିବାକୁ ଅପେକ୍ଷା କରି ରହିଛନ୍ତି ମାତା ପାର୍ବତୀଙ୍କ ମାତା ପିତା ଅମୀୟ ମୁଣ୍ଡ ଏବଂ ସମିତା ମୁଣ୍ଡ । ଏଥିପାଇଁ ଉତ୍ସବମୁଖର ହୋଇପଡ଼ିଛି ସାରା ସମ୍ବଲପୁର ସହର । ଶିବ ବିବାହରେ ଯୋଗ ଦେବାପାଇଁ ସହରର ଝାଡୁଆପଡ଼ା, ମୋଦିପଡ଼ା, ବଡ଼ବଜାର , ବୁଢ଼ାରଜା ଓ ଠାକୁରପଡ଼ା ସମେତ ଅନ୍ୟାନ୍ୟ ଶିବ ମନ୍ଦିରରୁ ହନୁମାନଙ୍କ ନିମନ୍ତ୍ରଣ ପାଇ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ପହଁଚିଛନ୍ତି । ଜ୍ୟୈଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ମା' ପାର୍ବତୀ ଓ ଶିବ ଶଙ୍କରଙ୍କର ବିବାହ ଉତ୍ସବ ଏବଂ ତା’ପରଦିନ ଶୀତଳଷଷ୍ଠୀ ଯାତ୍ରା ପାଳନ ହେବ I 

ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସମ୍ବଲପୁର ସହରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଫୋର୍ସ ମୁତୟନ କରାଯିବା ସହିତ ଅସ୍ଥାୟୀ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି । 

  • Tags:

Subscribe

National International State Sports Entertainment