ନିଆଳିର ମାଧବାନନ୍ଦ ଶ୍ରୀଜିଉଙ୍କ ମାମୁ ଘର ବୋଲି ତଥ୍ୟ ପ୍ରମାଣ ନାହିଁ- ଶ୍ରୀମନ୍ଦିର ନୀତି ପ୍ରଶାସକ
Khabar Odisha:state-odisha-madhabananda-temple-is-not-lord-jaganthas-uncles-house-said-srimandira-temple-trust
ପୁରୀ, ନଭେମ୍ଵର ୨୦ (ଖବର ଓଡିଶା) :

ଆଜି ପ୍ରଥମାଷ୍ଟମୀରେ ଶ୍ରୀଜିଉଙ୍କୁ ପୋଢୁଆଁ କରିବା ଲାଗି ନିଆଳିର ମାଧବାନନ୍ଦ ମନ୍ଦିରରୁ ଭାର ଆସିଛି। ତେବେ ମାଧବାନନ୍ଦ ମନ୍ଦିର ଜଗନ୍ନାଥଙ୍କର ମାମୁଘର ବୋଲି କିଛି ତଥ୍ୟ ପ୍ରମାଣ ନାହିଁ। ପୋଢୁଆଁ ବିବାଦକୁ ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି ଯେ, ପୋଢୁଆଁ କରିବା ନେଇ ମାଧବାନନ୍ଦ ଟ୍ରଷ୍ଟରୁ ଆସିଥିବା ପାଟ ଗ୍ରହଣ ହୋଇଛି। ନିଆଳିର ମାଧବାନନ୍ଦ ଟ୍ରଷ୍ଟ ଦେଇଥିବା ୧୦ଟି ପାଟ ଗ୍ରହଣ ହୋଇଛି। ଏଥିସହ ୩୫୦୦ ଟଙ୍କା ଓ ସୂତା ପାଞ୍ଛି ବି ଗ୍ରହଣ କରାଯାଇଛି। ଗତ ୧୬ତାରିଖରେ ଏସବୁ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିଛି। କିନ୍ତୁ ମାଧବାନନ୍ଦ ମନ୍ଦିର ମାମୁଘର ନୁହେଁ, ଭକ୍ତ ହିସାବରେ ଏସବୁ ଗ୍ରହଣ କରାଯାଇଛି। ଆସିଥିବା ଭାର ସମ୍ପର୍କରେ ସେ ଜାଣିନଥିବା କହିଲେ ନୀତି ପ୍ରଶାସକ।

ଉଲ୍ଲେଖଯୋଗ୍ୟ, ନିଆଳିସ୍ଥିତ ମାମୁଁ ଘର ମାଧବାନନ୍ଦ ମନ୍ଦିରରୁ ଅରୁଆ ଚାଉଳ, ବିରି, ଖଣ୍ଡୁଆ ପାଟ, ନଡ଼ିଆ ଓ ତୁଳସୀ ଆଦି ଶ୍ରୀମନ୍ଦିରକୁୁ ପଢୁଆଁ ଭାର ଆସିଛି । ପଢୁଆଁ ଭାର ପଠାଯିବା ବେଳେ ମାମୁଁ ଘର ଠାରୁ ବଡ଼ଦାଣ୍ଡ ଯାଏଁ ଘଣ୍ଟ, ଶଙ୍ଖ, ମୃଦଙ୍ଗ,ଭଜନ ଓ ନୃତ୍ୟରେ ଉଚ୍ଛୁଳ ପଡ଼ିଥିଲା । ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପାଇଁ ମାମୁଁ ଘର ତରଫରୁ ଆସିଛି ନୂଆ ବସ୍ତ୍ର । 

ପୂର୍ବରୁ ପ୍ରଥମାଷ୍ଟମୀରରେ ମାମୁଁ ଘର ତରଫରୁ ଶ୍ରୀମନ୍ଦିରକୁ ପଢୁଆଁ ଭାର ଆସୁଥିଲା । ମଝିରେ କିଛି ଦିନ ଏହା ବନ୍ଦ ହୋଇଯାଇଥିଲା । କିନ୍ତୁ ବର୍ତ୍ତମାନ ପୁଣି ମାଧବାନନ୍ଦ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏହି ପରମ୍ପରାକୁ ଉଜ୍ଜିବୀତ କରଯାଇଛି ।

Subscribe

National International State Sports Entertainment