ପ୍ରତିବନ୍ଧକ ସତ୍ୱେ ତାମିଲନାଡୁରେ ଜଲ୍ଲୀକଟ୍‌ଟୁ ଆୟୋଜିତ, ପ୍ରତିଯୋଗିତାରେ ୧୦୦ରୁ ଅଧିକ ଆହତ
Khabar Odisha:culture-odisha--Jallikattu-Is-Continue-In-Tamilnadu-More-Than-100-People-Injured
ତାମିଲନାଡୁ, ଜାନୁଆରୀ ୧୭ (ଖବର ଓଡିଶା)

ତାମିଲନାଡୁରେ ପାରମ୍ପାରିକ ପ୍ରତିଯୋଗିତା ଜଲ୍ଲୀକଟ୍‌ଟୁ ପାଇଁ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସର କହିବାକଥା ଅନୁସାରେ ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ତାମିଲନାଡୁରେ ଷଣ୍ଡକୁ କାବୁ କରିବାର ଏକ ପାରମ୍ପାରିକ ପ୍ରତିଯୋଗିତା ରହିଛି । ଯାହା ଜଲ୍ଲୀକଟ୍‌ଟୁ ନାଁରେ ପରିଚିତ । 

ସୂଚନାଯୋଗ୍ୟ ଯେ ସୁପ୍ରିମୋକୋର୍ଟ ଜଲ୍ଲୀକଟ୍‌ଟୁ ଉପରେ ପ୍ରତିବନ୍ଧ ଲଗାଇ ସାରିଛନ୍ତି । ଏହାପରେ ମଧ୍ୟ ପ୍ରତି ବର୍ଷ ଜାନୁଆରୀରେ ପାଳନ କରାଯାଉଥିବା ପୋଙ୍ଗଲରେ ଏହା ଆୟୋଜନ କରାଯାଇଥାଏ । ସୂଚନା ଅନୁସାରେ ୫ ଶହ ଷଣ୍ଡଙ୍କୁ କାବୁ କରିବାକୁ ପ୍ରାୟ ୭୫୦ ଜଣ ଲୋକ ପ୍ରତିଯୋଗିତାରେ ସାମିଲ ହୋଇଥିଲେ । ମଦୁରାଇର ଅଲଙ୍ଗନଲ୍ଲୁରରେ ଗୁରୁବାର ଷଣ୍ଡ ମାନଙ୍କୁ ପୂଜା କରିବା ପରେ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଏହି ପ୍ରତିଯୋଗିତାର ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । 

ଜଲ୍ଲୀକଟ୍‌ଟୁ ତାମିଲନାଡୁରେ ପୋଙ୍ଗଲ ସମୟରେ ହେଉଥିବା ଏକ ପାରମ୍ପାରିକ ପ୍ରତିଯୋଗିତା । ଏଥିରେ ପ୍ରଥମେ ଷଣ୍ଡ ମାନଙ୍କୁ ରଗାଯାଇଥାଏ, ଏହାପରେ ସେହି ଷଣ୍ଡକୁ କାବୁ କରାଯାଇଥାଏ । ପଶୁପକ୍ଷୀ ମାନଙ୍କ ଅଧିକାରୀ ପାଇଁ ଲଢୁଥିବା ଗୋଟିଏ ସଂଗଠନର ବିରୋଧ ପରେ ଏହା ଉପରେ ରୋକ ଲଗାଯାଇଥିଲେ ସୁପ୍ରିମକୋର୍ଟ । ଏହାପରେ ମଧ୍ୟ ଏହି ପ୍ରତିଯୋଗିତା ଜାରି ରହିଛି । 

Subscribe

National International State Sports Entertainment