ଆଜି ମହା ଶିବରାତ୍ରୀ, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
Khabar Odisha:art-and-culture-today-mahasiv-ratri-lingaraj-lord-siva-lokanath-and-bhadrak-aradi
ଭୁବନେଶ୍ୱର, ମାର୍ଚ୍ଚ ୦୪ (ଖବର ଓଡିଶା):

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ଶିବଙ୍କର ଦର୍ଶନ ପାଇଁ ଭକ୍ତଙ୍କର ଭିଡ ଲାଗିଛି । ଲୋକନାଥ ,ଲିଙ୍ଗରାଜ ,ଧବଳେଶ୍ୱର ,ଆରଡିରେ ଭକ୍ତଙ୍କ ଭିଡ ଲାଗିରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଜି ପବିତ୍ର ମହାଶିବରାତ୍ରୀ । ରାଜ୍ୟର ସମସ୍ତ ଶୈବ ପୀଠର ପରିସର  ଗୁଡିକୁ  ଫୁଲ ଏବଂ ରଙ୍ଗ ବେରଙ୍ଗ ଲିଚୁ ଲାଇଟରେ ସଜା ଯାଇଛି । ଆଜି ସକାଳୁ ରାଜ୍ୟର ସମସ୍ତ ଶିବ ମନ୍ଦିରରେ ଶିବଙ୍କର ଦର୍ଶନ ପାଇଁ ଭିଡ ଲାଗିଛି ।

ଲୋକନାଥ,ଲିଙ୍ଗରାଜ,ଧବଳେଶ୍ୱର,ଆରଡି ,କପିଳେଶ୍ୱରରେ ମଧ୍ୟ ସକାଳ ୩ ଟାରୁ ଦର୍ଶନ ପାଇଁ ଭକ୍ତମାନେ ଧାଡି ଲଗାଇଛନ୍ତି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ଭଗବାନଙ୍କର ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ।ଆଜି ରାତି ୧୧ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଟ କରାଯାଇଛି । ସେହି ସମୟରେ ଯେମିତି କିଛି ବିଭ୍ରାଟ ନହେବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

  • Tags:

Subscribe

National International State Sports Entertainment