ପ୍ରୟାଗରାଜ, ଜାନୁଆରୀ ୧୭(ଖବର ଓଡିଶା):
କୁମ୍ଭମେଳାର ଦ୍ୱିତୀୟ ଦିନରେ ସାଧୁ ଓ ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଛି । କୁମ୍ଭମେଳାରେ ସବୁବେଳେ ଲୋକମାନେ ସାଧୁ ଓ ନାଗାବାବାଙ୍କ ସହ ଫଟୋ ଉଠାଇଥାନ୍ତି । କିନ୍ତୁ କିଛି ସାଧୁଙ୍କ ବେଶଭୁଷା ଅଜବ ହୋଇଥାଏ । ଯାହା ସମ୍ପୂର୍ଣ୍ଣ ଭିନ୍ନ ରହିଥାଏ । ବାହାରୁ ଆସିଥିବା ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ସାଧୁଙ୍କ ଏହି ବେଶ ଏବଂ ରଙ୍ଗରୂପରେ ଦେଖି ଚକିତ ହୋଇଥାନ୍ତି ।
ଜୁନା ଆଖଡାର ମହନ୍ତ ଶକ୍ତିଗିରି ଆକର୍ଷଣୀୟ ଚଷମା ପନ୍ଧି ବସିଥିବା ଦେଖିବାକୁ ମିଳିଛି । ଗିରି ନିଜ ଶରୀରରେ ୭୦ କିଲୋର ମାଳ ପିନ୍ଧିଥିବାର ଦେଖାଯାଇଛି । ପର୍ଯ୍ୟଟକମାନେ ତାଙ୍କୁ ରୁଦ୍ରାକ୍ଷ ବାବା ବୋଲି ନାମ ମଧ୍ୟ ଦେଇଛନ୍ତି । ରୁଦ୍ରାକ୍ଷର ମୁକୁଟର ଓଜନ ୨୨ କିଲୋ ରହିଥିବା ବେଳେ ଓ ଶରୀରରେ ୪୯ କେଜିର ରୁଦ୍ରାକ୍ଷ ଗୁଡାଇ ହୋଇ ରହିଛି ।
କିଛି ସାଧୁବାବା ପଶୁପକ୍ଷୀଙ୍କ ସହ ନଜର ଆସିଛନ୍ତି । କୁମ୍ଭମେଳାରେ ଜଣେ ବାବା ହାତରେ ପାରା ଧରିଛନ୍ତି । ଏହି ବାବାଙ୍କୁ କବୁତର ବାବା ବୋଲି ନାମ ଦିଆଯାଇଛି ।
ଏହି କାରଣରୁ ଏଥର କୁମ୍ଭମେଳା ବହୁତ ଖାସ ରହିଛି । ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକଙ୍କର ଏଠାକୁ ସୂଅ ଛୁଟୁଛି । । ଏହା ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ଭବ୍ୟ ଅନୁଭବ ଲାଭ କରିବାକୁ ଏଠାକୁ ଆସୁଛନ୍ତି ।
ପ୍ୟାରିସର ଗିଏନ ପିୟରେ ଯାହାଙ୍କୁ ଭାରତରେ ହରି ପ୍ୟାରେ ନାମରେ ଜଣାଶୁଣା, ସେ କୁମ୍ଭରେ ଦ୍ୱିତୀୟ ଥର ପାଇଁ ଭାବ ନେବାକୁ ଆସିଛନ୍ତି । ତାଙ୍କ କହିବାନୁସାରେ କୌଣସୀ ସମ୍ମିଳନୀ ଆସ୍ଥାର ଏହାଠାରୁ ବେଶୀ ସନ୍ଦେଶ ଦେଇ ପାରିବ ନାହିଁ । ସେ ଆହୁରି ଋଷିକେଶରେ ୬ମାସ ଧରି ଯୋଗ ଶିଖୁଥିବା କହିଛନ୍ତି । ଏଠାକାର ବାତାବରଣ ଅଦ୍ଭୁତ ଏବଂ ସାଧୁସନ୍ଥ ଆକର୍ଷଣର କେନ୍ଦ୍ରବିନ୍ଦୁ ବୋଲି ସେ ପ୍ରକାଶ କରିଛନ୍ତି ।