ଆଜି ପବିତ୍ର ମାଘ ସପ୍ତମୀ: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ
Khabar Odisha:art-and-culture-odisha-konark-magha-saptami-khandagiri-mela
କୋଣାର୍କ, ଫେବୃଆରୀ ୧୨(ଖବର ଓଡିଶା):

ପବିତ୍ର ମାଘ ସପ୍ତମୀ ଅବସରରେ ଚନ୍ଦ୍ରଭାଗାରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇଛନ୍ତି । ଭୋର ପ୍ରାୟ ୩ଟା ୫୦ ମିନିଟରେ ତ୍ରିବେଣୀଶ୍ୱର ମହାଦେବ, ସନ୍ଥପୁରର ଐଶାନ୍ୟଶ୍ୱର ମହାଦେବ ଓ କୁରୁଜଙ୍ଗର ଦକ୍ଷିଣେଶ୍ୱର ମହାଦେବଙ୍କ ମହାସ୍ନାନ ସହ ସ୍ୱତନ୍ତ୍ର ନୀତି କରାଯାଇଥିଲା । ଏହାପରେ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ସାଧୁସନ୍ଥ ମାନେ ସାହି ସ୍ନାନ କରିଥିଲେ । ପରେ ଭୋର ୪ଟା ୧୦ ମିନଟରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇଥିଲେ । ଚନ୍ଦ୍ରଭାଗା ପୁଷ୍କରଣୀରେ ସ୍ନାନ କରିବା ପରେ ଚନ୍ଦ୍ରଭାଗା ସମୁଦ୍ର ତଟରେ ସୂର୍ୟ୍ୟ ଦର୍ଶନ କରିବା ସହ କୋଣାର୍କ ମନ୍ଦିରରେ ନବଗ୍ରହ ପୂଜାର୍ଚ୍ଚନା କରିଛନ୍ତି । 

ମାଘାମାସ ଶୁକ୍ଲପକ୍ଷ ସପ୍ତମୀ ତିଥରେ କାଶ୍ୟପ ରୁଷି ଓ ଆଦିତିଙ୍କ ଗର୍ଭରୁ ମିତ୍ରାଦିତ ବା ସୂର୍ୟ୍ୟମ ଭଗବାନ ଜନ୍ମ ଗ୍ରହଣ କରିଥିଲେ। ଏହି ଦିନ ଅର୍କ କ୍ଷେତ୍ରର ପବିତ୍ର ଚନ୍ଦ୍ରଭାଗା ତୀର୍ଥରେ ବୁଡ଼ ପକାଇଲେ ରୋଗ, ଶୋକ, ଭୟ ଓ ଦାରିଦ୍ରତାରୁ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି ।  

ସେହିପରି ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମେଳା । ଖଣ୍ଡଗିରି ଏବଂ ଉଦୟଗିରିରେ ଯୋରନ୍ଦା ସାଧୁସନ୍ଥମାନେ ତପସ୍ୟା କରିଥାନ୍ତି । ଏହାସହ ହୋମଯଜ୍ଞ ମଧ୍ୟ କରାଯାଇଥାଏ  ।

  • Tags:

Subscribe

National International State Sports Entertainment