ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ଏବେ ପ୍ରସ୍ତାବ ନାହିଁ : ପ୍ରତାପ ଜେନା
Khabar Odisha:art-and-culture-odisha-There-are-no-proposals-for-opening-or-audit-of-Ratna-Bhandar
ଭୁବନେଶ୍ୱର, ନଭେମ୍ବର ୨୬(ଖବର ଓଡ଼ିଶା):

ଆଜି ବିଧାନସଭା ଶୀତ ଅଧିବେଶନରେ ଦେଖାଦେଇଛି ରତ୍ନଭଣ୍ଡାର ତାତି । ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଏବେ ରତ୍ନ ଭଣ୍ଡାର ଖୋଲିବା ପ୍ରସ୍ତାବ ନାହିଁ ବୋଲି ସ୍ପଷ୍ଟ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ତାହାଲେ ରତ୍ନ ଭଣ୍ଡାର ଚାବି ହଜିବା କଣ ଢଙ୍ଗ ଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ରହସ୍ୟ ଘନେଇବାରେ ଲାଗିଛି । ଆଜି ଗୃହରେ ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ କୁସୁମ ଟେଟେ ମଧ୍ୟ ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ସୁରେଶ ମହାପାତ୍ରଙ୍କ ପ୍ରଶ୍ନ ଥିଲା ଯେ, ଶେଷ ଥର ପାଇଁ କେବେ ରତ୍ନ ଭଣ୍ଡାର ଖୋଲା ଯାଇଥିଲା ଏବଂ ଯାହା ସବୁ ଅଳଙ୍କାର ଥିଲା ତାହା ବର୍ତ୍ତମାନ ମଧ୍ୟ ସୁରକ୍ଷିତ ରହିଛି କି? ତେବେ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଉତ୍ତର ଦେଇ କହିଛନ୍ତି ଯେ, ରତ୍ନ ଭଣ୍ଡାର ଶେଷ ଥର ପାଇଁ ୧୯୮୫ ମସିହାରେ ଖୋଲାଯାଇଥିଲା । ତନଖି କରିବା ପାଇଁ ଏବେ ରତ୍ନ ଭଣ୍ଡାର ଖୋଲିବା ନେଇ କୈାଣସି ପ୍ରସ୍ତାବ ନାହିଁ । ରତ୍ନ ଭଣ୍ଡାରରେ କେତେ ପରିମାଣର ସୁନା ଅଳଙ୍କାର ଗଚ୍ଛିତ ଅଛି ତାହା ସୁରକ୍ଷିତ ଅଛି କି ନାହିଁ ତାହା ଉପରେ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ପୂର୍ବରୁ ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଥିବା ବେଳେ ଆଜି ବିଧାନସଭାରେ ଆଇନ ମନ୍ତ୍ରୀ ସିଧାସଳଖ ଏପରି ଉତ୍ତର ରଖିଛନ୍ତି । ପ୍ରତାପ ଜେନା କହିଛନ୍ତି ଯେ, ତା- ୧୫,୦୫,୧୯୭୮ ରିଖ ଠାରୁ ୨୩,୦୭,୧୯୭୮ ରିଖ ମଧ୍ୟରେ ତାଲିକା କରାଯାଇଥିବା ସୁନା ରୂପା ସୁରକ୍ଷିତ ରହିଛି । 

ତେବେ ଆଜି ଗୃହରେ ରତ୍ନ ଭଣ୍ଡାର ତାଲିକା ସାର୍ବଜନିନ କରାଯିବା ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି କୁସୁମ ଟେଟେ ପ୍ରଶ୍ନ କରିଥିଲେ । ତେବେ ଏହି ପ୍ରଶ୍ନର ଉତ୍ତର ଦେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରତ୍ନ ଭଣ୍ଡାର ଅଡିଟ ସହ ତାଲିକା ସାର୍ବଜନିନ କରିବା ପାଇଁ କୈାଣସି ପଦକ୍ଷେପ ନିଆଯାଇନାହିଁ ।

  • Tags:

Subscribe

National International State Sports Entertainment